ସ୍କାଉଟ୍ ଗାଇଡର ପ୍ରତିଷ୍ଠା ଦିବସ ପାଳିତ

ସ୍କାଉଟ୍ ଗାଇଡର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ବର, ୭/୧୧ : ନଭେମ୍ବର ମାସ ୭ତାରିଖ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍‌ର “ପ୍ରତିଷ୍ଠା ଦିବସ” ପ୍ରତିବର୍ଷ ପାଳିତ ହୋଇ ଆସୁଅଛି । ବିଶେଷ କରି ଚଳିତ ବର୍ଷ ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଭାରତରେ ଆନନ୍ଦ ଉଲ୍ଲାସରେ ଏହି ପ୍ରତିଷ୍ଠା ଦିବସଟିକୁ ପାଳିତ ହେବା ସହ ଏହି ଦିବସଟିକୁ ସ୍ମରଣୀୟ କରିବା ପାଇଁ ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ. କାଳି ପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସବୁ ଜିଲ୍ଲାରେ ପ୍ରାୟ ଏକଲକ୍ଷରୁ ଊର୍ଦ୍ଧ୍ୱ କବ୍‌, ବୁଲ୍‌ବୁଲ୍‌, ସ୍କାଉଟ ଗାଇଡ୍‌, ରୋଭର ଏବଂ ରେଞ୍ଜରମାନେ ରାଜ ରାସ୍ତାରେ ସଚେତନତା ରାଲି କରିବା ସହିତ ସ୍କାଉଟ ଏବଂ ଗାଇଡ୍‌ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ଲୋଗୋଟିକୁ ସମସ୍ତଙ୍କୁ ପ୍ରଦାନ କରିଛନ୍ତି । 

ଏହି ଅବସରରେ ସ୍କାଉଟ ଗାଇଡ୍‌ମାନେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମହୋଦୟଙ୍କୁ ପ୍ରତୀକ ପତାକା ପ୍ରଦାନ କରି ଆଶିର୍ବାଦ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ମହୋଦୟ ସ୍କାଉଟ ଗାଇଡ୍‌ମାନଙ୍କୁ ଶୃଙ୍ଖଳିତ ଜୀବନ ଲାଗି ସ୍କାଉଟିଂ ଉତମ ମାଧ୍ୟମ ବୋଲି କହି ଉତ୍ସାହିତ କରିଥିଲେ ।