ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଚାନକ ସମ୍ବଲପୁର ସଦର ତହସିଲ ଅଫିସ ପରିଦର୍ଶନ

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଚାନକ ସମ୍ବଲପୁର ସଦର ତହସିଲ ଅଫିସ ପରିଦର୍ଶନ

ସମ୍ବଲପୁର ପ୍ରତିନିଧି(ଅଭ୍ୟର୍ଥନା ରଣା) : ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଚାନକ ସମ୍ବଲପୁର ତହସିଲଦାର ଙ୍କ କାର୍ଯ୍ୟାଳୟ ପରିଦର୍ଶନ l ତହସିଲଦାରଙ୍କ କାର୍ଯ୍ୟାଳକୁ ଆଜି ଅପରାହ୍ନ ପ୍ରାୟ ୨ଟାବେଳେ ମନ୍ତ୍ରୀ ଅଚାନକ ପହଂଚିବା ପରେ ସେଠିକାର ଅବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ l

ସୂଚନାଯୋଗ୍ୟ ଯେ, ମନ୍ତ୍ରୀ ଯେତେବେଳେ ତହସିଲଦାର କାର୍ଯ୍ୟାଳୟକୁ ବିନା ସୂଚନାରେ ଅଚାନକ ପହଞ୍ଚିଥିଲେ ତହସିଲଦାର ଅଭିଯୋଗ ଶୁଣୁଥିବା କକ୍ଷଟି ଖୋଲା ହୋଇନଥିଲା l ସେଠାରେ ତହସିଲଦାର ମଧ୍ୟ ନ ଥିଲେ, ମନ୍ତ୍ରୀଙ୍କୁ ଅପେକ୍ଷା କରିବାକୁ ପଡିଥିଲା ୧୫ ମିନିଟ l ମନ୍ତ୍ରୀଙ୍କ ସମ୍ମୁଖରେ ଜଣେ ମହିଳା କର୍ମଚାରୀ କବାଟ ଖୋଲିଥିଲେ l ସେହି ସମୟରେ ଗ୍ରିଭେନ୍ସ ରୁମରେ ଥିବା ୨ଟି ଯାକ କାନ୍ଥ ଘଣ୍ଟା ଚାଲୁ ନ ଥିବା ମନ୍ତ୍ରୀ ଦେଖିଥିଲେ l

ଏଭଳି ଅବ୍ୟବସ୍ଥା ନେଇ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରି ତହସିଲଦାରଙ୍କୁ ତାଗିଦ କରିବା ସହ ଲୋକଙ୍କୁ ଭଲ ସେବା ଯୋଗେଇବାକୁ ପରାମର୍ଶ ଦେଇଥିଲେ l ଏହାସହ ଏବେ ବୟସ ନୁହେଁ ପ୍ରଦର୍ଶନ ଦେଖି ଅଫିସରଙ୍କୁ ପ୍ରମୋସନ ମିଳିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ l