ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍, ବାରବାଟୀ ଖଚାଖଚ୍

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍, ବାରବାଟୀ ଖଚାଖଚ୍

ଭୁବନେଶ୍ବର,୯/୧୨ : କଟକ ବାରବାଟୀ ଷ୍ଟାଡିୟମରେ ଆଜି ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍। ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ୫ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରେ ଖେଳାଯିବ । ଏଥିପାଇଁ ନୂଆ ରୂପରେ ସଜେଇ ହୋଇଛି ବାରବାଟୀ । ଦୁଲୁକୁଛି କଟକ । ରାତି ୭ଟାରୁ ଖେଳାଯିବ ମ୍ୟାଚ୍। ବାରବାଟୀରେ ବର୍ତ୍ତମାନ୍ ଦର୍ଶକ ଗ୍ୟାଲେରୀ ଗେଟ୍ ଖୋଲିଛି ।

ଲୋକମାନେ ଧାଡ଼ି କରି ଭିତରକୁ ପ୍ରବେଶ କରୁଛନ୍ତି । ଲକ୍ଷାଧିକ ଦର୍ଶକ ଆଜି ବାରବାଟୀରେ ଭିଡ଼ ଜମାଇଛନ୍ତି । ୪ଟା ୪୫ରେ ଦକ୍ଷିଣ ଆଫ୍ରିକା ଟିମ୍ ଭୁବନେଶ୍ଵର ଛାଡିବ। ୪ଟା ୫୦ରେ ଟିମ୍ ଇଣ୍ଡିଆ କଟକ ଅଭିମୁଖେ ଯିବ।