ମ୍ୟୁନିସିପାଲ ମହାବିଦ୍ୟାଳୟର ୪୪ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

ରାଉରକେଲା, ୨୦/୧୨ : ୧୯- ୨୦ଦୁଇ ଦିନ ଧରି ମ୍ୟୁନିସିପାଲ ମହାବିଦ୍ୟାଳୟ ଖେଳ ପଡିଆରେ ୪୪ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନାତନ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ ଉପସ୍ଥିତ ରହି କଲେଜର ଖେଳ ପଡିଆର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଏବଂ ସହଯୋଗ କରିବା ପାଇଁ ଦାୟିତ୍ୱ ନେବା ସହିତ କ୍ରୀଡା ବିଭାଗରେ ମ୍ୟୁନିସିପାଲ ମହାବିଦ୍ୟାଳୟର ଉଲ୍ଲେଖ ନିଅ ସଫଳତା ପାଇଁ କଲେଜର କ୍ରୀଡ଼ା ଶିକ୍ଷକ କ୍ୟାପ୍ଟିନ ସତ୍ୟ ନାରାୟଣ ରାଉତଙ୍କୁ ଏବଂ ଅଧ୍ୟକ୍ଷଙ୍କୁ ଭୁରିୟସୀ ପ୍ରଶଂସା କରିଥିଲେ l
ସମ୍ମାନିତ ଅତିଥି ଭାବେ ଅନ୍ତର୍ଜାତୀୟ ଆଥଲେଟ ନିଖିଲ କଳାକାର ପ୍ରଧାନ ଏବଂ କଲେଜ ପରିଚାଳନା କମିଟିର ସଭାପତି ଡ଼କ୍ଟର ଦେବୀନ୍ଦେର କୌର ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରତିଦିନ ନିୟମିତ ବ୍ୟୟାମ କରି ନିଜକୁ ସୁସ୍ଥ ରଖିବା ସହିତ କ୍ରୀଡ଼ା କ୍ଷେତ୍ରରେ ନିଜର ତଥା କଲେଜର ନାମକୁ ଆହୁରି ଆଗକୁ ନେବାକୁ ପ୍ରେରଣା ଦେଇଥିଲେ l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଚାମ୍ପିୟନ ହୋଇଥିବା ଚାରିଜଣ କ୍ରୀଡ଼ାବିତଙ୍କୁ ଚାମ୍ପିୟନ ଟ୍ରଫି ପ୍ରଦାନ କରିଥିଲେ l +୨ ବାଳକ ବିଭାଗରେ କ୍ରିଷ୍ଣା ଟପ୍ପୋ, +୨ ବାଳିକା ରେ ପ୍ରଣତି ଏକ୍କା, +୩ ବାଳକରେ ମହାବୀର ଖଡିଆ ଏବଂ +୩ ବାଳିକା ବିଭାଗରେ ସ୍ଵାତି କୀର୍ତ୍ତନିଆ ଚମ୍ପିୟାନ ହୋଇଛନ୍ତି l
ଏହି ପ୍ରତିଯୋଗିତାକୁ ସତ୍ୟ ରଞ୍ଜନ ପଣ୍ଡା, ଅଜୟ କୁମାର ରାଉତ ଏବଂ ସନ୍ଧ୍ୟା ରାଣୀ ପରିଜା ସମସ୍ତ ଇଭେଣ୍ଟ କୁ ପରିଚାଳନା କରିଥିଲେ l ମହାବିଦ୍ୟାଳୟ ର ଓ଼ମ ବହାଦୁର, ଆକାଶ ଦାସ, ନିଖିଲ ସାହୁ, ପ୍ରଭାତ କୁମାର, ଡ଼କ୍ଟର ଦିବ୍ୟକାନ୍ତି ବିଲୁଙ୍ଗ, ଅମିୟା ଟପ୍ପୋ, ଶିଳ୍ପୀ ଲାକ୍ରା, ସୁଦୀପ୍ତି କେରକେଟା, ବୈଦେହୀ ମାଝୀ, ସଂଯୁକ୍ତା ବେହେରା ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଦୁଇଦିନ ଧରି ସାହାଯ୍ୟ ସହଯୋଗ କରିଥିଲେ l କ୍ରୀଡ଼ା ସଂସଦ ର ଉପସଭାପତି ବିଜୟ କୁମାର ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିଲେ l
ଦୀପ୍ତି ରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ l ପ୍ରିୟଙ୍କା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l କ୍ୟାପଟେନ ସତ୍ୟ ନାରାୟଣ ରାଉତ ମଞ୍ଚ ପରିଚାଳନା କରିଥିଲେ l ଶେଷରେ ଅଧକ୍ଷ ଡ଼କ୍ଟର ପଧାନ ସମସ୍ତଙ୍କୁ ସାଧୁବାଦ ଜଣାଇ ସଭା କୁ ସମାପ୍ତ ଘୋଷଣା କରିଥିଲେ l