ଜାନୁଆରୀ ୧ରେ ପାଳନ ହେବ ବିଶ୍ବ ପ୍ରାର୍ଥନା ଦିବସ

ଜାନୁଆରୀ ୧ରେ ପାଳନ ହେବ ବିଶ୍ବ ପ୍ରାର୍ଥନା ଦିବସ

ଭୁବନେଶ୍ଵର, ୩୧/୧୨ : ଜାନୁଆରୀ ୧ରେ ପାଳନ ହେବ ବିଶ୍ବ ପ୍ରାର୍ଥନା ଦିବସ । ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଦେଶ ବିଦେଶରେ ସମୂହ ପ୍ରାର୍ଥନାର ଆୟୋଜନ କରାଯାଇଛି । ରାଜଧାନୀର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅଶୋକନଗର ସ୍ଥିତ ଦିବ୍ୟ ଜୀବନ ସଂଘ, ଶିବ ଶିବାନନ୍ଦ ଆଶ୍ରମର ସଭାଗୃହରେ ସକଳ ୮ଟାରୁ ୯ଟା ପର୍ଯ୍ୟନ୍ତ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ ଯେ, ମଣିଷ ମନକୁ ଦୁଃଖ, ଭୟ, ଆତଙ୍କ, ସନ୍ଦେହ, ଅବିଶ୍ବାସ ଆଜି ଆଚ୍ଛାଦିତ କରି ରଖିଛି । ସଂସାରର ଏହି ସମସ୍ୟାକୁ ଦେଖି ସ୍ବାମୀ ଦିବ୍ୟସ୍ବରୂପାନନ୍ଦ ସରସ୍ବତୀ ବହୁତ ବ୍ୟଥିତ ଏବଂ ଚିନ୍ତିତ ହୋଇ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା ଦିବସର ପରିକଳ୍ପନା କରିଥିଲେ। ବିଗତ ୮ବର୍ଷ ହେବ ଜାନୁଆରି ପହିଲା ଦିନ ପ୍ରାତଃ ୬ଟାରୁ ୭ଟା ଯାଏ ପ୍ରାର୍ଥନା ଦିବସ ପାଳିତ ହୋଇଆସୁଛି ।