ମୃତ୍ୟୁ ସଂଖ୍ୟା ୩୦ଟପିବା ଆଶଙ୍କା, ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ମୃତ୍ୟୁ ସଂଖ୍ୟା ୩୦ଟପିବା ଆଶଙ୍କା, ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୮/୯ :  ତାମିଲ ଅଭିନେତା ବିଜୟଙ୍କ ଟିଭିକେ ଦଳର ନିର୍ବାଚନୀ ରାଲିରେ ସୃଷ୍ଟି ହୋଇଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ମୃତ୍ୟୁ ସଂଖ୍ୟା ୩୦ ଟପିବା ଆଶଙ୍କା ରହିଛି। ୩୦ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ଜ​‌ଣେ ୯ ବର୍ଷୀୟ ଶିଶୁ ନିଖୋଜ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର‌୍ୟ୍ୟ ଜାରି ରହିଛି। କରୁର ଜିଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଶନିବାର କରୁର ଜିଲ୍ଲାରେ ବିଜୟଙ୍କ ନିର୍ବାଚନୀ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା। ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୁଲିସ ମୁତୟତ ହୋଇଥିଲେ ହେଁ ଅସମ୍ଭାଳ ଭିଡ଼ ଯୋଗୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇ ନ ଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ବିଜୟ ଅଧାରୁ ଭାଷଣ ବନ୍ଦ କରିଥିଲେ। ଉପସ୍ଥିତ ପୁଲିସ କର୍ମଚାରୀଙ୍କୁ ସହାୟତା ମାଗିଥିଲେ। କିଛି ସମୟ ମଧ୍ୟରେ ଅନେକ ଲୋକ ଚେତାଶୂନ୍ୟ ହୋଇପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା।