ମୋଦୀଙ୍କୁ ଚିଠି ଲେଖିଲେ ମମତା

କୋଲକାତା,୨୨/୮ : କୋଲକାତାର ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ଲାଗି ରହିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ମମତା ବାନାର୍ଜୀ ଦେଶରେ ବଢୁଥିବା ଦୁଷ୍କର୍ମ ମାମଲା ବିଷୟରେ କହିଛନ୍ତି ଓ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ମମତା ଲେଖିଛନ୍ତି ଯେ ବର୍ତ୍ତମାନ ଦେଶରେ ନିୟମିତ ଭାବେ ଦୁଷ୍କର୍ମ ଘଟଣା ବଢ଼ିବାରେ ଲାଗିଛି।
ତଥ୍ୟ ଅନୁସାରେ କିଛି ଦୁଷ୍କର୍ମ ଘଟଣାରେ ହତ୍ୟା ମଧ୍ୟ କରାଯାଉଛି। ଦେଶରେ ଦୈନିକ ୯୦ଟି ଦୁଷ୍କର୍ମ ଘଟଣା ଅତ୍ୟନ୍ତ ଚିନ୍ତାଜନକ। ଏପରି ଘଟଣା ସମାଜ ଓ ଦେଶର ଭରସା ଓ ଅନ୍ତର ଆତ୍ମାକୁ ଦୋହଲାଇ ଦେଉଛି। ଆମର କର୍ତ୍ତବ୍ୟ ଓ ଦାୟିତ୍ୱ ହେଲା ଏହାକୁ ବନ୍ଦ କରିବା। ମହିଳାମାନଙ୍କୁ ସୁରକ୍ଷି ପରିବେଶ ଯୋଗାଇ ଦେବା।
ଏପରି ଗୁରୁତର ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ବ୍ୟାପକ ଢଙ୍ଗରେ ମୁକାବିଲା କରିବା ଉଚିତ। ଏଥିପାଇଁ କେନ୍ଦ୍ରୀୟ ଆଇନରେ ଜଘନ୍ୟକାଣ୍ତ ଘଟାଇଥିବା ଲୋକଙ୍କ ବିରୋଧରେ କଠୋର ଦଣ୍ତବିଧାନର ବ୍ୟବସ୍ଥା କରାଯାଉ।