ହାଇଟେକ୍ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ମହାସମାରୋହରେ ଉଦ୍ଘାଟିତ
ଭୁବନେଶ୍ବର,୨୬/୯ : ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ୍ ପ୍ରେକ୍ଷାଳୟରେ ଶତାଧିକ ବିଦ୍ୟାର୍ଥୀମାନଙ୍କ ଗହଣରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଯୋଗଦେଇ ବିଦ୍ୟାର୍ଥୀମାନଙ୍କର ସରଳ ଜୀବନ ଓ ପିତାମାତାଙ୍କ ପ୍ରତି ଆଦର୍ଶବୋଧ ହୋଇ ସମାଜ ପାଇଁ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ଥିଲେ ।
ମୁଖ୍ୟବକ୍ତା ଭାବେ ଓଡିଶା ସରକାର ଡ୍ରଗ କଣ୍ଟ୍ରୋଲର ଡ. ସୁଦର୍ଶନ ବିଶ୍ୱାଳ ଯୋଗ ଦେଇ ବିଦ୍ୟାର୍ଥୀମାନେ ଫାର୍ମାସୀର ଗୁଣବତ୍ତା ଏବଂ ତାହା ସମାଜରେ କିଭଳି ଭାବେ କାର୍ଯ୍ୟ କରୁଛି ଏ ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ହାଇଟେକ୍ କଲେଜ ଅଫ୍ ଫାର୍ମାସୀର ପ୍ରିନ୍ସିପାଲ ପ୍ରଫେସର୍ ଡ. ପ୍ରସନ୍ନ କୁମାର କର ବିଦ୍ୟାର୍ଥୀମାନଙ୍କର ମନଯୋଗୀ ଏବଂ ବିଦ୍ୟାନୁଭବତା ସେମାନଙ୍କ ଜୀବନକୁ ଆହୁରି ସୁଗମ କରିବ ବୋଲି କହିଛନ୍ତି ।
ସମ୍ମାନିତ ଅତିଥି ଭାବେ ହାଇଟେକ୍ ଗ୍ରୁପ୍ର ଟ୍ରଷ୍ଟି ଡକ୍ଟର ରାକେଶ କୁମାର ପାଣିଗ୍ରାହୀ ଯୋଗଦାନ କରିଥିବାବେଳେ ମଞ୍ଚାସିନ ଅତିଥି ଭାବେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସିପାଲ ପ୍ରଫେସର୍ ଡ. ଦେବାନନ୍ଦ ମହାପାତ୍ର, ଭାଇସ-ପ୍ରିନ୍ସିପାଲ ପ୍ରଫେସର୍ ଡ. ଲିସା ଷଡଙ୍ଗୀ, ଡିନ୍ ଓ ନିର୍ଦ୍ଦେଶକ ଏକାଡେମି ପ୍ରଫେସର୍ ଡ. ରାଧାମାଧବ ତ୍ରୀପାଠୀ, ଭାଇସ୍-ଚାନେ୍ସଲର ପ୍ରଫେସର୍ ଡ. କୁମର ବର ଦାଶ, ଶଲ୍ୟ ଚିକିତ୍ସା ବିଭାଗ ନିର୍ଦ୍ଦେଶକ ପ୍ରଫେସର୍ ଡ. ଅଶୋକ ଆଚାର୍ଯ୍ୟ, ଆର୍ ଏଣ୍ଡ ଡି ଅଧ୍ୟକ୍ଷ ଡ. ପାୟୋଧର ପାଢି, ଫିଜିଓଥେରାପି କଲେଜ ପ୍ରିନ୍ସିପାଲ ପ୍ରଫେସର ଡ. ଦୀପକ ସାମନ୍ତରାୟ, ଫାର୍ମାସୀ କଲେଜ ଭାଇସ୍-ପ୍ରିନ୍ସିପାଲ ପ୍ରଫେସର୍ ଡ. ବବିତା ସାହୁ ଉପସ୍ଥିତ ଥିଲେ ।

Editor 


