‘ଭରସା ପରିବାର' ପକ୍ଷରୁ ଦୀପକ ପାଣ୍ଡେଙ୍କୁ ପଦ୍ମଶ୍ରୀ ପ୍ରଦାନ ପାଇଁ ଦାବି

‘ଭରସା ପରିବାର' ପକ୍ଷରୁ ଦୀପକ ପାଣ୍ଡେଙ୍କୁ ପଦ୍ମଶ୍ରୀ ପ୍ରଦାନ ପାଇଁ ଦାବି

ସମ୍ବଲପୁର,୩/୧୨(ଅଭ୍ୟର୍ଥନା ରଣା) : ପୂର୍ବତନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଆଜି ଜନ୍ମତିଥି ହୋଇଥିବାବେଳେ ସମ୍ବଲପୁରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ "ଭରସା ପରିବାର' ପକ୍ଷରୁ "ସେବା" ଅନୁଷ୍ଠାନ ଅଧ୍ୟକ୍ଷ ତଥା ସମାଜସେବୀ ଛତ୍ରପତି ଡକ୍ଟର ଦୀପକ ପାଣ୍ଡେଙ୍କୁ ପଦ୍ମଶ୍ରୀ ପ୍ରଦାନ ପାଇଁ ଦାବି କରାଯାଇଛି l

ଆଜି ଭରସା ପରିବାର ତଥା ବହୁ ଅନୁଷ୍ଠାନର ଶହ ଶହ ସଦସ୍ୟମାନେ ଏକ ବିରାଟ ଶୋଭାଯାତ୍ରାରେ ସମ୍ବଲପୁର ସାମ୍ବାଦିକ ଭବନରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ l ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକା ସଭା ଅନୁଷ୍ଠିତ ହୋଇଥିଲା l ଏହାସହ ଯୁବ ସମାଜସେବୀ ଦୀପକ ପାଣ୍ଡେଙ୍କୁ ପଦ୍ମଶ୍ରୀ ପ୍ରଦାନ ପାଇଁ ଆରଡ଼ିସି ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l

ଡକ୍ଟର ଦୀପକ ପାଣ୍ଡେ କୋଭିଡ ସମୟରେ ଗରିବ ଲୋକଙ୍କୁ ଅନେକ ସେବା ସହ ବହୁ ଗରିବ ପରିବାରଙ୍କୁ ଦୁଃଖ ସମୟରେ ସହାୟତାର ହାତ ବଢ଼େଇ ସାହାଯ୍ୟ କରିଛନ୍ତି l ଏଥିପାଇଁ ଆଜି ମିଳିତ ଭାବେ ବହୁ ଅନୁଷ୍ଠାନର ସଦସ୍ୟ ମାନେ ଏକତ୍ରିତ ହୋଇ ପଦ୍ମଶ୍ରୀ ପାଇଁ ଦୀପକ ପାଣ୍ଡେଙ୍କ ନାମ ସୁପାରିଶ କରିବାକୁ ଦାବି କରୁଛନ୍ତି l