ସ୍ବାଧୀନତା ଦିବସ : ‘ରେଫରେନ୍ସ’- ‘ସୁପାରିଶ’

ସ୍ବାଧୀନତା ଦିବସ : ‘ରେଫରେନ୍ସ’- ‘ସୁପାରିଶ’

ସ୍ବାଧୀନତା ଦିବସ । ଉତ୍ସାହ, ଉଦ୍ଦୀପନାର ଦିନ । ୭୯ବର୍ଷରେ ପାଦ ଥାପିଛି ସ୍ବାଧୀନତା । ମନରେ ବେଳେବେଳେ ଇଛା ହୁଏ ପ୍ରଶ୍ନ କରିବାକୁ । ସତରେ କ’ଣ ଆମେ ସ୍ବାଧୀନ । ଥରେ ନୁହେଁ ହଜାରେ ଥର ଏ ପ୍ରଶ୍ନ ପଚାରିବାକୁ ଇଛା ହୁଏ । ଯଦି ସ୍ବାଧୀନ ତେବେ ଏତେ ପ୍ରହସନ କ’ଣ ପାଇଁ । କାହିଁକି ଏ ଦରିଦ୍ରତା, କ’ଣ ପାଇଁ ଏ ଦୁର୍ବଳ ଓ ସବଳ ସମାଜର ତାରତମ୍ୟ । 

ଦରିଦ୍ର, ଦୁର୍ବଳ, ନିରକ୍ଷରତା ଏ ଶଦ୍ଦ ଶୁଣିଲେ ସ୍ବାଧୀନତାର ଅର୍ଥ କ’ଣ ଖୋଜିବାକୁ ବାଧ୍ୟ ହୁଏ । ଆଜି ଆମେ ଯେଉଁଠି କି ବି ଗଲେ ଏ ‘ରେଫରେନ୍ସ’ ଓ ‘ସୁପାରିଶ’ ଶଦ୍ଦ ଟି ସବୁଆଡ଼େ କାମରେ ଲାଗିଥାଏ। ସତରେ କ’ଣ ଆମେ ଏ ରେଫରେନ୍ସ ଆଉ ସୁପାରିଶ ପାଇଁ ସ୍ବାଧୀନତା ଲାଭ କରିଥିଲେ । ବେଳେ ଇଛା ନଥିଲେ ବି ଚିନ୍ତା କରିବାକୁ ବାଧ୍ୟ କରେ । ସ୍ବାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଯଦି ଆମେ ଦେଖିବା ତେବେ ଏହି ଦୁଇଟି ଶଦ୍ଦ ‘ରେଫରେନ୍ସ’- ‘ସୁପାରିଶ’ ବି ଆସୁଛି । ଇଛା ହୁଏ କାହିଁକି ଆଜି ଗୋଟିଏ ସମାଜର ବ୍ୟକ୍ତିଙ୍କ ପାଖରେ ଟଙ୍କାର ପାହାଡ଼ ଆଉ କିଛି ବ୍ୟକ୍ତିଙ୍କ ପାଖରେ ଟଙ୍କା ଦେଖିବାକୁ ସ୍ବପ୍ନ । କେଉଁଠୁ ଆସୁଛି ଆଉ ଆରମ୍ଭ ହେଉଛି ଏହି ତାରତମ୍ୟ । 

ଆଜି ଗୋଟିଏ ଶିଶୁ ଜନ୍ମ ହେଲେ ତା’ର ଭୂଲ କ’ଣ ? ସେ କେଉଁଠି ଜନ୍ମ ହେବ ତାହା ଭଗବାନଙ୍କ ଇଛା । ଆମକୁ ଗୋଟିଏ କଥା ପିଲାବେଳୁ କୁହାଯାଏ ଗରିବ ହୋଇ ଜନ୍ମ ହେବା ପାପ ନୁହେଁ ଗରିବ ହୋଇ ମରିବା ପାପ । ମାତ୍ର ଆପଣ ଯଦି ଥରେ ଗରିବ କିମ୍ବା ମଧ୍ୟବିତ ଶ୍ରେଣୀର ଜନ୍ମ ହୋଇଛନ୍ତି ତେବେ କଥା ସରିଲା । ସବୁ କଥାରେ ଆପଣଙ୍କୁ ‘ରେଫରେନ୍ସ’- ‘ସୁପାରିଶ’କୁ ବ୍ୟବହାର କରିବାକୁ ପଡ଼ିବ ଏହା ଉଣା ଅଧିକେ କେହି କେହି ମାନିବାକୁ ନାରାଜ ହେଲେ ବି ଏହା ନିରାଟ ସତ୍ୟ । ଏଠି ‘ରେଫରେନ୍ସ’- ‘ସୁପାରିଶ’ରେ କାମ ହୁଏ । ଯଦି ଆପଣ ଶିକ୍ଷା କ୍ଷେତ୍ରରେ ଯାଉଛନ୍ତି ତେବେ ବଡ଼ ସ୍କୁଲ, କଲେଜରେ ନାମ ଲେଖାଇବାକୁ ବି ‘ରେଫରେନ୍ସ’- ‘ସୁପାରିଶ’ବ୍ୟବହାର କରିବାକୁ ପଡ଼ିଥାଏ। ସେହିଭଳି ସ୍ବାସ୍ଥ୍ୟ କ୍ଷେତ୍ରରେ ଯଦି ଯାଉଛନ୍ତି ତେବେ ସେଠି ବି ଠିକ୍ ଏଭଳି କରିବାକୁ ପଡ଼େ । କାରଣ ଯଦି ଆପଣଙ୍କର ‘ରେଫରେନ୍ସ’- ‘ସୁପାରିଶ’ ଅଛି ତେବେ ଭଲ ମେଡ଼ିକାଲରେ ବି ଉଚ୍ଚସ୍ତରର ସୁବିଧା ପାଇପାରିବେ । 

କୌଣସି ବି କାମ ଥାଉ ନା କାହିଁକି ସେ ବ୍ଲକ୍ ହେଉ କିମ୍ବା ଚାକିରୀ କ୍ଷେତ୍ରରେ ବେସରକାରୀ ଆଉ ସରକାରୀ ସ୍ତରରେ ‘ରେଫରେନ୍ସ’- ‘ସୁପାରିଶ’କୁ ନେଇ ଏଠି କାମ ଚାଲିଥାଏ । ପ୍ରତିଟି ସ୍ତରରେ । ଗୋଟିଏ ଧନୀ ଭାରତର ଚିତ୍ର ଏବଂ ଗରିବ ଭାରତର ଚିତ୍ର ସାମ୍ନାକୁ ଆସେ । ଯେଉଁ ଭାରତରେ ସୁନାର ଫସଲ ଫଳେ ସେଠାରେ ସେହି ଭାରତରେ ଆଜି ବି କିଛି ଲୋକ ଗୋଟିଏ ଓଳି ଆର ଓଳିକି ଉପାସରେ ଶୋଇଥାନ୍ତି । ଏ ଚିତ୍ର ଦେଖିଲେ ଆଖିରେ ଲୁହ ଜକେଇ ଆସେ । ଇଂରେଜମାନେ ପଳେଇଲେ । କିନ୍ତୁ ଆମକୁ ଏମିତି କିଛି ଶାସନର ଗାଦି ଉପହାର ଦେଇଛନ୍ତି ଯେଉଁ ମୂଳରୁ ଭ୍ରଷ୍ଟାଚାରରେ ଭର୍ତ୍ତି । ସେଥିପାଇଁ ତ ଆଜି କିଛି ବ୍ୟକ୍ତିଙ୍କ ହାତରେ ଭାରତର ମୋଟ ଅର୍ଥରୁ ଅଧେ ରହିଛି । ଏଠାରେ ମୁଁ କେମିତି ଭାବି ବି ସ୍ବାଧୀନ ଭାରତରେ ରହୁଛେ ଆମେ । ଏଠି ନ୍ୟାୟ ପାଇବାକୁ ବର୍ଷ ବର୍ଷ ଲାଗିଯାଏ । ଶେଷରେ ଏତିକି କହିବି କି କେବେ ଦୂର ହେବ ଏହି ‘ରେଫରେନ୍ସ’- ‘ସୁପାରିଶ’ର ଯୁଗ ?

ଗୁରୁପଦ ନାଥ