ସ୍କୁଲ୍ ବସ୍କୁ ଧକ୍କା ଦେଲା ଟ୍ରକ୍, ୧୭ ଛାତ୍ରଛାତ୍ରୀ ଆହତ

ଭୁବନେଶ୍ୱର, ୨/୧୨ : ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ ଶକ୍ତି ସୁଗର ନିକଟରେ ଏକ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୧୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଛାତ୍ରଛାତ୍ରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ଶକ୍ତି ସୁଗର ନିକଟରେ ଜାଭିଅର ହାଇସ୍କୁଲର ୧୪ ନଂ ବସକୁ ଧକ୍କା ଦେଇଥିଲା ଟ୍ରକ୍ । ଓଭରଟେକ୍ କରୁଥିବା ବେଳେ ସ୍କୁଲ ବସକୁ ଧକ୍କା ଦେଲା ଟ୍ରକ୍ । ଫଳରେ ୧୭ ଛାତ୍ରଛାତ୍ରୀ ଜଣ ସାମାନ୍ୟ ଆହାତ ହୋଇଛନ୍ତି । ସେମାନଙ୍କୁ ଢ଼େଙ୍କାନାଳ ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।