ଇଣ୍ଟରଭ୍ୟୁ ଦେବାକୁ ଯାଇ ଜୀବନ ହାରିଲେ ଯୁବକ ; ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର

ଇଣ୍ଟରଭ୍ୟୁ ଦେବାକୁ ଯାଇ ଜୀବନ ହାରିଲେ ଯୁବକ ; ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର

ଖୁଣ୍ଟା,୨୦/୯ : ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲେ । ଦୌଡ଼ୁ ଥିବାବେଳେ ଗୁରୁତର ହୋଇ ପଡ଼ିଲେ । ଏବଂ ଚିକିତ୍ସା କେନ୍ଦ୍ରରେ ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ୍ ଅଧିନ ଭାନପୁର ଗ୍ରାମରେ ।

ସୂଚନା ଅନୁଯାୟୀ, ସାଇଁକୁଳା ପଞ୍ଚାୟତ ଅଧିନ ଭାନପୁର ଗ୍ରାମର ଗଜେନ୍ଦ୍ର ବେହେରାଙ୍କ ୨୭ ବର୍ଷୟ  ପୁଅ କୃଷ୍ଣ ଗୋପାଲ ଫରେଷ୍ଟ ଗାର୍ଡ଼ ଚ଼ାକିରି ପାଇଁ ଆବେଦନ କରିଥିଲେ । ସେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ । ଗୁରୁବାର ବାଲେଶ୍ଵର ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଶାରିରୀକ ପରୀକ୍ଷା ଦେବାକୁ ଯାଇଥିଲେ । ପୋଲିସ ଲାଇନ ପଡ଼ିଆରେ ଶାରିରୀକ ପରୀକ୍ଷା ପାଇଁ ଦୌଡ଼ୁଥିବାବେଳେ ଲକ୍ଷ୍ୟ ସ୍ଥଳ ପହଞ୍ଚିବାକୁ ମାତ୍ର ଆଉ କିଛି ଦୂର ଥିବାବେଳେ କୃଷ୍ଣ ଗୋପାଲ ପଡ଼ିଯାଇଥିଲେ । ପରବର୍ତ୍ତୀ ସମୟରେ  କୃଷ୍ଣ ଗୋପାଲଙ୍କୁ ଟ୍ରାକ୍ରରୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ବାଲେଶ୍ଵର ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଇଥିଲା ।

ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ  କଟକ ବଡ଼ଡ଼ାକ୍ତରଖାନା ଓ ପରବର୍ତ୍ତୀ ସମୟରେ ଭୂବନେଶ୍ଵରର ଏକ ଘରୋଇ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା l ମାତ୍ର ତାଙ୍କର ମୃତ୍ୟୁ ଘଟିଥିଲା l ଏଭଳି ଏକ ଦୁଃଖଦ ଘଟଣା ଖବର ପ୍ରଚାର ହେବାପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଶୁକ୍ରବାର ରାତିରେ ମରଶରୀର ନିଜ ଗ୍ରାମର ପୌତୃକ ଘରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ କୃଷ୍ଣ ଗୋପାଲଙ୍କ ଶେଷ ଦର୍ଶନ ପାଇଁ ଲୋକାରଣ୍ୟ ହୋଇ ଉଠିଥିଲା ।