ବିଳମ୍ବିତ ରାତିରେ ଭିଡ଼ିଓ ଜାରି କଲେ ନିର୍ଦ୍ଦେଶକ ଆପୁ କାନୁନଗୋ, କହିଲେ – କାହା ବିଷୟରେ କିଛି ନ ଜାଣି କୁହନ୍ତୁ ନି

ବିଳମ୍ବିତ ରାତିରେ ଭିଡ଼ିଓ ଜାରି କଲେ ନିର୍ଦ୍ଦେଶକ ଆପୁ କାନୁନଗୋ, କହିଲେ – କାହା ବିଷୟରେ କିଛି ନ ଜାଣି କୁହନ୍ତୁ ନି

ଭୁବନେଶ୍ବର, ୨୮/୧୧ :  ଓଲିଉଡ଼ କଳି ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏଭଳି କି କଳି ଯାଇ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ଏହାରି ଭିତରେ ଓଲିଉଡ଼ର ଷ୍ଟାଇଲିଶ୍ ଡାଇରେକ୍ଟର ଆପୁ କାନୁନଗୋଙ୍କ ଉପରେ ଉଠିଥିବା ପ୍ରଶ୍ନକୁ ନେଇ ସେ ମୁହଁ ଖୋଲିଛନ୍ତି। ବୁଧବାର ବିଳମ୍ବିତ ରାତିରେ ଏକ ଭିଡ଼ିଓ ପୋଷ୍ଟ କରି ସେ ଏ ବିଷୟରେ ନିଜର ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ବର୍ଷରେ ୩ଟା ସିନେମା କଲେ ଯେ ଜଣେ ଭଲ ନିର୍ଦ୍ଦେଶକ ଏହା ଭାବିବା ସମ୍ପୂର୍ଣ୍ଣ ଭାବେ ଭୁଲ୍ । ମୁଁ ଏଠି ବେଶୀ ସିନେମା କରିପାରୁନି କାରଣ ମୋର ଲକ୍ଷ୍ୟ ହିନ୍ଦୀ ସିନେମା କରିବା । ଯାହା ବି କରିଛି ତାହାକୁ ମୋ ଦର୍ଶକମାନେ ବହୁତ ଭଲ ପାଇବା ଦେଇଛନ୍ତି ।

ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି, ନମସ୍କାର ମୁଁ ନିର୍ଦ୍ଦେଶକ ଆପୁ କାନୁନଗୋ । ଏହି ଭିଡ଼ିଓ କରିବାର କାରଣ ଏହି କି ଯେ ଆପଣମାନେ ଦେଖିଥିବେ ୩ରୁ ୪ଦିନ ତଳେ ଡିସିପି ଅଫିସ ସାମ୍ନାରେ ଗୋଟିଏ ଘଟଣା ଘଟିଥିଲା । ଯେଉଁ ଭିଡ଼ିଓଟି ବହୁତ ଭାଇରାଲ ହୋଇଥିଲା । ସେଥିରେ ମୁଁ ବି ଥିଲି । ତା’ର କାଉଣ୍ଟରରେ ଆଜି ଜଣେ କଳାକାରଙ୍କର ବାଇଟ ଦେଖିଲି । ସେଥିରେ ତାଙ୍କୁ ଜଣେ ସାମ୍ବାଦିକ ଭାଇ ଦୁଇରୁ ୩ଜଣ ନିର୍ଦ୍ଦେଶକଙ୍କ ନାଁ ନେଇ ପଚାରୁଛନ୍ତି ସେମାନେ କୌଣସି ହିଟ୍ ଫିଲ୍ମ ଦେଇନାହାନ୍ତି । ମୋ ନାଁ ବି ସେଥିରେ ଜଡ଼ିତ ଥିଲା । ତାହା ଦେଖି ମୋତେ ବହୁତ ଖରାପ ଲାଗିଲା । ଏହାସହ ତୁଳନା ମଧ୍ୟ କରାଗଲା ଆମର କିଛି ଜୁନିୟରଙ୍କ ସହ । ଯେଉଁମାନେ ସେଠାରେ ଉପସ୍ଥିତ ନ ଥିଲେ ।

ସେହି ବିଷୟରେ ମୁଁ କହିବାକୁ ଚାହୁଁଛି କି ଏହା କୌଣସି ଆସୋସିଏଶନ ତରଫରୁ ନ ଥିଲା । ଯେହେତୁ ବବି ଦାଦାଙ୍କର ଗୋଟେ ଅଭିଯୋଗ ଥିଲା । ବବି ଇସଲାମଙ୍କ ପାଇଁ ଆମେ ଯାଇଥିଲୁ ମୁଁ ଥିଲି ଏବଂ ମୋ ସହ ଆଉ ଦୁଇ ଜଣ ନିର୍ଦ୍ଦେଶକ ଭାଇ ମୋର ଥିଲେ । ଡିସିପି ଅଫିସରେ ଆମର ଗୋଟିଏ ମିଟିଂ ଥିଲା । ସେଠାରେ ସେହି ଯେଉଁ ବାବୁ ଆସିକି ଆମକୁ ଯେଉଁ ବ୍ୟବାହର କଲେ ତା’ପରେ ଆମଠାରୁ କିଛି ଜଣ ମତାମତ ନେଇଥିଲେ ।   ମାତ୍ର ଆଜି ମୁଁ ଯାହା ଦେଖିଲି ଆମ ୩ଜଣଙ୍କ ନାଁରେ କୁହାଯାଇଛି କି ଆମେ ୩ ଜଣ କ’ଣ ସିନେମା କରିଛୁ ଏବଂ ଆମର କ’ଣ ଅବଦାନ ରହିଛି । ମୁଁ ବେଶି ସିନେମା କରିନାହିଁ, ସାତ ସୁରେ ବନ୍ଧା ଏ ଜୀବନରୁ ମୋ କ୍ୟାରିୟର ଆରମ୍ଭ କରିଥିଲି ଯାହାକି ଓଡ଼ିଶାର ମୋଷ୍ଟ ଜୁନିୟର ନିର୍ଦ୍ଦେଶକ ଏବଂ ଏହା ବହୁତ ହିଟ୍ ଫିଲ୍ମ । ଯାହାକୁ ୬ଟି ଆଓ୍ବାର୍ଡ ମିଳିଛି । ଏହାପରେ ମୁଁ ଡାଡି ଫିଲ୍ମ କରିଛି ଯାହାକି ବହୁ ପ୍ରଶଂସା ସାଉଣ୍ଟିଥିଲା । ସେଥିରେ କିଛି ଆଓ୍ବାର୍ଡ ମିଳିଛି । ମୁଁ ମୋର ପରିଚୟ ଦେବାକୁ ଚାହୁଁନି । କାରଣ ମୁଁ ମୁମ୍ବାଇରେ ରୁହେ । ଆଉ ମୋର ଟାର୍ଗେଟ ହିନ୍ଦୀ ସିନେମା କରିବା ଏବେ ଯାହାକି ମୋର ଗୋଟିଏ ସିନେମା ହିନ୍ଦୀରେ ଆସୁଛି ଯାହାର ପ୍ରି ପ୍ରଡକ୍ସନ ଚାଲିଛି । ମାୟା ମିରିଗ ନିରୋଦ ମହାପାତ୍ର ସାର୍ ଗୋଟିଏ ଫିଲ୍ମ  କରିଛନ୍ତି । ଆପଣ କ’ଣ କହିପାରିବେ ସିଏ ଜଣେ ଭଲ ନିର୍ଦ୍ଦେଶକ ନୁହନ୍ତି ବୋଲି । ଆପଣ କହିବେ କି ଯିଏ ରେଗୁଲାର ଫିଲ୍ମ କରୁଛି ସିଏ ଜଣେ ଭଲ ନିର୍ଦ୍ଦେଶକ ଏବଂ ଯିଏ କମ୍ ସିନେମା କରୁଛି ସିଏ ଜଣେ ଭଲ ନିର୍ଦ୍ଦେଶକ ନୁହେଁ । ମୁଁ କହିପାରିବି ନି ଏହା ଆପଣଙ୍କର କିଭଳି ମାପକାଠି ।

କିନ୍ତୁ ମୁଁ ଏହା ଜାଣିଛି ସାମ୍ବାଦିକ ଭାଇଙ୍କର ଏହା ପ୍ରଶ୍ନ ହୋଇନଥିବ । ତାଙ୍କୁ କୁହାଯାଇଥିବ କି ଏଭଳି ଏକ ପ୍ରଶ୍ନ ପଚାରିବାକୁ  । କିନ୍ତୁ ମୁଁ ଏଠି ଗୋଟେ କଥା ସ୍ପଷ୍ଟ କରୁଛି କି ଏଠି ମୋର ବ୍ୟକ୍ତିଗତ ସ୍ବାର୍ଥ ନାହିଁ କୌଣସି କଳାକାରଙ୍କ ପ୍ରତି । ମୁଁ ଯାଇଥିଲି ମୋର ଜଣେ ଦାଦା ହେବେ ବବି ଇସଲାମ ତାଙ୍କୁ ସପୋର୍ଟ କରିବାକୁ । ମୁଁ ଜାଣିନଥିଲି ସେଠାରେ ଏଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି । ମୁଁ ସେଠି ମଝିରେ ଏଥିଲାଗି ଥିଲି କି ସେଠାରେ ଯେପରି କୌଣସି ଅପ୍ରିତିକର ପରସ୍ଥିତି ନ ହେଉ । ଯେତେବେଳେ ଆଜ୍ଞା ଗୋଟେ ଝଗଡ଼ା ହୁଏ ସେଠି ଗୋଟେ ଲୋକର କାମ ହେଉଛି ଦୁଇ ଜଣଙ୍କୁ ନ୍ୟୁଟ୍ରାଲ କରିବା । ମାତ୍ର ତାହାକୁ ନେଇ ଆପଣ ମୋ ଉପରେ ପ୍ରଶ୍ନ ଉଠାଇବା ଭୁଲ୍ । ସେ ଦିନ ମତାମତରେ ମୁଁ କିଛି ଖରାପ କହିନି । ସେ ଦିନ ସେ ବାବୁ ଙ୍କୁ ମୁଁ ବୁଝାଇଥିଲି ।

ଗୋ​‌ଟେ କଥା ହେଉଛି ଆମେମାନେ ବହୁ ପରିଶ୍ରମ କରି ଗୋଟିଏ ଗୋଟିଏ ସ୍ଥାନ ହାସଲ କରିଛୁ । ପଇସା ପଛରେ କେବେ ଗୋଡ଼ାଇ ନାହୁଁ । କିନ୍ତୁ ଯେତେବେଳେ ଗୋଟେ ରେପୁଟେଶନକୁ କଥା ଆସୁଛି ମୁହଁ ଖୋଲିବାକୁ ମୁଁ ଉଚିତ ମନେ କଲି । ଚୁପ୍ ରହିବାଟା ଉଚିତ ନୁହେଁ । ସେ ପ୍ରଥମେ ଜାଣନ୍ତୁ କି କିଏ କ’ଣ କରିଛନ୍ତି । ସିଏ ଯଦି ଭାବୁଛନ୍ତି କି ଯିଏ ବର୍ଷକୁ ୩ଟି ଫିଲ୍ମ କରନ୍ତି କିମ୍ବା ବର୍ଷକୁ ୨ଟା ଫିଲ୍ମ କରନ୍ତି ସେ ଜଣେ ବଡ଼ ନିର୍ଦ୍ଦେଶକ ଏହା କୌଣସି ବାଇଲୋରେ ଲେଖା ଯାଇନାହିଁ । ସେଟା ମୋର ବ୍ୟକ୍ତିଗତ ଚିନ୍ତାଧାର, ମୋର କାହାସହ ପଡ଼ିବ ପଡ଼ିବନି । ତାହା ନୁହେଁ ଯେ ମୁଁ ଜଣେ ଭଲ ନିର୍ଦ୍ଦେଶକ ନୁହେଁ । ବାସ୍ ଖାଲି ମୋତେ ଏତିକି କହିବାରେ ଥିଲା । ମୁଁ କ୍ଷମା ମାଗୁଛି ଯଦି କାହାକୁ ମୋ କଥା କଷ୍ଟ ଦେଇଥିବ ।

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଏକ ଛୋଟ ପରିବାର।  ଆମେ ଏଠି ବହୁତ ଭଲ ଅଛୁ । ବହୁତ ଭଲ ସିନେମା ନିର୍ମାଣ କରୁଛୁ । ଆଉ ଜୁନିୟର ନିର୍ଦ୍ଦେଶକ ଯେଉଁମାନେ ଆସୁଛନ୍ତି ସେମାନେ ବହୁତ ଭଲ କାମ କରୁଛନ୍ତି ଆଗକୁ ମଧ୍ୟ ଭଲ କାମ କରିବେ । ଏବେ ମୁଁ ମୋ ହିନ୍ଦୀ ସିନେମା ପାଇଁ ବ୍ୟସ୍ତ ରହୁଛି ସେଥିପାଇଁ ବେଶୀ ଓଡ଼ିଆ ସିନେମା କରିପାରୁନି।  ମୋର ଶେଷ ସିନେମା ଥିଲା ମାମା ଓ୍ବେଡ୍ସ ପାପା । ଯାହା କି ଏବେ ହିନ୍ଦୀରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି । ଦୟା କରି କାମ ଦେଖନ୍ତୁ ଭଲ ପାଆନ୍ତୁ । ଆପଣମାନେ ଉତ୍ସାହିତ କରନ୍ତୁ । ସାମ୍ବାଦିକ ଭାଇ ହୁଅନ୍ତୁ କିମ୍ବା ଦର୍ଶକମାନେ ଆମକୁ ଉତ୍ସାହିତ କରୁଛନ୍ତି । ଯେଉଁମାନେ ବି ଏଭଳି ଅଭିଯୋଗ କରି କହୁଛନ୍ତି ସେମାନେ ଦୟା କରି ଏଭଳି କରନ୍ତୁ ନି । କାହାକୁ ନିରୁତ୍ସାହିତ କରନ୍ତୁ ନି । ଦୟା କରି ପ୍ରଶ୍ନ ପଚାରିବା ଆଗରୁ ଭଲ କରି ଜାଣନ୍ତୁ, ସେମାନେ ଯଦି ଭଲ ଫିଲ୍ମ ଏବେ କରୁଛନ୍ତି ଆମେ ବି ପୂର୍ବରୁ କରିଛୁ । ତେବେ ମୁଁ ଏଠି ସ୍ପଷ୍ଟି କରଣ ଦେବାକୁ ଚାହୁଁଛି କି ମୁଁ ଏଠି ସାହାଯ୍ୟ କରିବାକୁ ଯାଇଥିଲି । ମୁଁ କୌଣସି ଆସୋସିଏନ ତରଫରୁ ଯାଇ ନ ଥିଲି, ବରଂ ମୁଁ ଏଠି ବ୍ୟକ୍ତିଗତ ଭାବେ ଯାଇଥିଲି । ସେ ଯେଉଁ ପ୍ରକାର କାମ କଲେ ତାହା ଗ୍ରହଣ ଯୋଗ୍ୟ ନୁହେଁ । ମୁଁ ଏଠି ଏତିକି କହିବି କି କାହାକୁ କିଛି କହିବା ପୂର୍ବରୁ ଟିକେ ରିସର୍ଚ୍ଚ କରନ୍ତୁ । ଆଉ ଗୋଟିଏ କଥା କହିବି କି ବହୁତ ଗୁଡ଼ିଏ ସିନେମା କରୁଥିବା ନିର୍ଦ୍ଦେଶକ ଯେ ବହୁତ ଜ୍ଞାନୀ ସେମିତି କିଛି ମାନେ ନାହିଁ । ଶେଷରେ ଏତିକି କହିବି ଜୟ ଜଗନ୍ନାଥ । କାହାକୁ ଯଦି ମୋ କଥା କଷ୍ଟ ଦେଇଥିବ ତେବେ କ୍ଷମା କରିଦେବେ ।

ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି କ’ଣ ସତରେ ପୂର୍ବରୁ ଯେଉଁ ନିର୍ଦ୍ଦେଶକ ଥିଲେ ସେମାନେ ଭଲ କାମ କରି ନାହାନ୍ତି