ଶ୍ରୀ ସତ୍ୟସାଇ ବାବାଙ୍କ ୯୯ ତମ ଜନ୍ମ ଦିବସ ପାଳିତ
ଭୁବନେଶ୍ବର, ୨୮/୧୧ : ୟୁନିଟ୍-୩ ସ୍ଥିତ ସାଇ ଜନନୀ ମନ୍ଦିରରେ ଶୁକ୍ରବାର ଶ୍ରୀ ସତ୍ୟସାଇ ବାବାଙ୍କ ୯୯ ତମ ଜନ୍ମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାତଃ ସମୟରୁ ନଗର ର୍କୀତ୍ତନଠାରୁ ଆରମ୍ଭ କରି ବେଦପାଠ, କୋଟି ନାମାର୍ଚ୍ଚନ, ଭଜନ ସହ ଏକ ଦିବ୍ୟ ରକ୍ତଦାନ ଶିବିର ଏବଂ ନାରାୟଣ ସେବା କାର୍ଯ୍ୟକ୍ରମ ହୋଇଥିଲା । ପ୍ରାୟ ପାଞ୍ଚ ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ ।
ସନ୍ଧ୍ୟା ସମୟରେ ବାଳ ବିକାଶ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ କେକ୍ କଟା ହୋଇଥିଲା । ଶ୍ରୀ ସତ୍ୟ ସାଇ ସଂଗଠନର ରାଜ୍ୟ ସଭାପତି ଏବଂ ଜିଲ୍ଲା ସଭାପତି ବାବାଙ୍କ ଦିବ୍ୟ ଜୀବନକୁ ଆଧାର କରି ଦିବ୍ୟ ସଂମ୍ଭାଷଣ ପ୍ରଦାନ କରିଥିଲେ। ସକାଳର ରକ୍ତଦାନ ଶିବିରରେ ପ୍ରାୟ ଅନେକ ଯୁବ ଭାଇ ଓ ଭଉଣୀ ରକ୍ତଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେଡ୍ କ୍ରସ୍ ତରଫରୁ କରାଯାଇଥିଲା ଏବଂ ଶ୍ରୀ ସତ୍ୟସାଇ ସଂଗଠନର ଯୁବ ଭାଇ ଭଉଣୀମାନେ ଏହାର ଦାୟିତ୍ବ ବହନ କରିଥିଲେ ।
ବାବା କହନ୍ତି "ପ୍ରଶାନ୍ତ ଚିତ୍ତ ହିଁ ମନୁଷ୍ୟର ଉଜ୍ଜ୍ୱଳତମ ଅଳଙ୍କାର" । ଆନ୍ତରିକ ଶାନ୍ତି ଲାଭ କରିବା ପାଇଁ କାମନା ଗୁଡିକର ଦମନ କରିବାକୁ ହେବ ଏବଂ ସବୁ ଚିନ୍ତାକୁ ଭଗବତ୍ କୈନ୍ଦ୍ରିକ କରିବାକୁ ହେବ।
ଉତ୍ସର୍ଗ ଭାବର ସହ ନିଜକୁ ସେବା କାର୍ଯ୍ୟରେ ନିୟୋଜିତ କର । ନେତୃତ୍ବ ନେବାକୁ ଲାଳାୟିତ ହୁଅ ନାହିଁ । ବିନୟ ଓ ଉତ୍ସର୍ଗ ଭାବର ସହ ସମାଜରେ ଦରିଦ୍ର ଓ ଅସହାୟମାନଙ୍କୁ ସାହାଯ୍ୟ କରିବାରେ ପ୍ରକୃତ ସେବା ନିହିତ ଅଛି। ଏହା ହିଁ ଭଗବାନ୍ ଙ୍କର ପ୍ରକୃତ ସେବା।

Editor 


