ବୁର୍ଲା ଭୀମସାରରୁ ଶିଶୁପୁତ୍ର ଚୋରି ଘଟଣା; ଶିଶୁପୁତ୍ର ଉଦ୍ଧାର, ଏସଏନସିୟୁରେ ଭର୍ତ୍ତି

ସମ୍ବଲପୁର, ୨୮/୧୧ : ବୁର୍ଲା ଭୀମସାରରୁ ଗତ ୨୬ ତାରିଖ ହୋଇଥିବା ଶିଶୁପୁତ୍ର ଚୋରି ଘଟଣାରେ ଚୋରି ଶିଶୁପୁତ୍ର ଉଦ୍ଧାର । ସମ୍ବଲପୁର ରେଙ୍ଗାଲି ସ୍ଥିତ ଗଣେଷ ନଗରରୁ ପୋଲିସ ଚୋରି ହୋଇଥିବା ଶିଶୁପତ୍ରକୁ ଉଦ୍ଧାର କଲା l ଉଦ୍ଧାର ଶିଶୁକୁ ବୁର୍ଲା ମେଡିକାଲର ଏସଏନସିୟୁରେ ଭର୍ତ୍ତି କରାଯାଇଛି l
ସିସିଟିଭି ଧରାଇ ଦେଲା ଶିଶୁ ଚୋରକୁ l ଶିଶୁପୁତ୍ରକୁ ରେଙ୍ଗାଲି ଗଣେଷନଗରରୁ ଉଦ୍ଧାର କରାଯାଇଥିଲା l ମହିଳା ଜଣକ ଶିଶୁଟିକୁ ମେଡ଼ିକାଲରୁ ଚୋରି କଲା ପରେ ଏକ ଅଟୋରେ ମେଡିକାଲରୁ ଅଇଁଠାପାଲି ବସଷ୍ଟାଣ୍ଡ ନିକଟକୁ ଯାଇଥିଲେ l ସେଠାରୁ ପୁଣି ଆଉ ଏକ ଗାଡି ରେ ରେଙ୍ଗାଲି ଗଣେଷ ନଗର ସ୍ଥିତ ନିଜ ଭଡା ଘରକୁ ଯାଇ ଲୁଚି ଯାଇଥିଲେ l ପୋଲିସ ମହିଳା ଓ ତାଙ୍କ ସ୍ୱାମୀ ଦୁହିଁଙ୍କୁ ଅଟକ ରଖି ପଚରା ଉଚରା କରୁଛି l ମହିଳାଙ୍କ ସ୍ୱାମୀ ସମ୍ବଲପୁର ରେଙ୍ଗାଲି ଅଞ୍ଚଳରେ ଥିବା ଏକ ଶିଳ୍ପ ଅନୁଷ୍ଠାନରେ କାର୍ଯ୍ୟ କରନ୍ତି l ଗତ ୨୬ ତାରିଖ ୩ଟା ସମୟରେ ଶିଶୁ ପୁତ୍ରକୁ ବୁର୍ଲା ଭୀମସାରର ସ୍ତ୍ରୀ ଓ ପ୍ରସୂତି ବିଭାଗର ୱାର୍ଡରୁ ଶିଶୁଙ୍କମାଙ୍କ ନିକଟରୁ ଖେଳାଇବା ବାହାନାରେ ନେଇଥିଲେ l ଏହାପରେ ଧିରେ ଧିରେ ସେ ମହିଳା ଜଣକ ଶିଶୁ ଟିକୁ ନେଇ ବାହାରକୁ ଚାଲି ଆସିଥିଲେ l
ଏହାପରେ ଏକ ଅଟୋରେ ବସି ସମ୍ବଲପୁର ଅଇଁଠାପାଲି ଚାଲି ଆସିଥିଲେ l ଅଇଁଠାପାଲିରୁ ପୁଣି ଏକ ଗାଡ଼ିରେ ରେଙ୍ଗାଲି ଗଣେଷ ନଗରସ୍ଥିତ ତାଙ୍କ ଭଡା ଘରକୁ ଛୁଆ ସହିତ ଆସିଥିଲେ l ଏହି ଘଟଣାରେ ତାଙ୍କ ସ୍ୱାମୀ ମଧ୍ୟ ସାମିଲ ଥିବା ପୋଲିସ କହିଛି l ଦୀର୍ଘ ୪୦ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରି ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଏହି ଶିଶୁ ଚୋରି ଘଟଣାର ପର୍ଦାଫାଶ କରିବାରେ ସଫଳ ହୋଇଛି l ସେପଟେ ମହିଳା ଚୋର ଜଣକଙ୍କ ମାଁ ଘର ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମାନେଶ୍ଵରସ୍ଥିତ ମିର୍ଗାମୁଣ୍ଡା ହୋଇଥିବା ବେଳେ ତାଙ୍କ ଶ୍ୱଶୁର ଘର ସୁବର୍ଣ୍ଣପୁର ଜ଼ିଲ୍ଲାରେ ରହିଛି l ସେ ରେଙ୍ଗାଲି ଗଣେଷ ନଗର ରେ ଏକ ଭଡା ଘରେ ରହୁଥିଲେ l ସେପଟେ ଉଦ୍ଧାର ଶିଶୁ ର ଅବସ୍ଥା ସାମାନ୍ୟ ରହିଥିଲେ ମଧ୍ୟ ତାକୁ ଜଣ୍ଡିସ ହୋଇ ଯାଇଛି l ହାର୍ଟ ବିଟ ଠିକ ଅଛି l ତଥାପି ଶିଶୁଟି ୭୨ଘଣ୍ଟା ଡାକ୍ତରଙ୍କ ନିରୀକ୍ଷଣରେ ରହିବ l ସେ ୨୬ତାରିଖରୁ ୨ତାରିଖ କଉ କ୍ଷୀର ଖାଇଛି ତା ପେଟରେ ଇନଫେକ୍ସନ ହେଇଛି ନା ନାହିଁ ତାର ମଧ୍ୟ ପରୀକ୍ଷା କରାଯିବ ବୋଲି ଡାକ୍ତର କହିଛନ୍ତି l
ସେପଟେ ଚୋରି ହୋଇଥିବା ଶିଶୁଟି ଉଦ୍ଧାର ହେବା ପରେ ଶିଶୁର ମାଁ ସମ୍ବଲପୁର ପୋଲିସକୁ ଭୁୟସୀ ପ୍ରଶଂସା କରିଛନ୍ତି l ଓଡ଼ିଶା ପୋଲିସ ଉପରେ ମୋର ବିଶ୍ୱାସ ଥିଲା l ଛତିଶଗଡ ପୋଲିସଠାରୁ ଓଡିଶା ପୋଲିସ ବହୁତ ଭଲ କାମ କରିଛନ୍ତି ବୋଲି ଶିଶୁର ମାଁ କହିଛନ୍ତି l ଭୀମସାର ନିର୍ଦେଶକ କହିଛନ୍ତି ଶିଶୁ ଚୋରିର ତଦନ୍ତ କରାଯିବ l ପୋଲିସ ଏହାକୁ କେବଳ ଏକ ମାମଲା ପରି ନେଇ ନଥିଲା l ଏହା ଏକ ମାଁର ଭାବନା ଓ ମମତାକୁ ଦେଖି ଉଦ୍ଧାର କାର୍ଯ୍ୟ ଜୋରଦାର କରିଥିଲା l ଦୀର୍ଘ ୪୦ଘଣ୍ଟାର ପରିଶ୍ରମ ପରେ ପୋଲିସ ଚୋରି ଶିଶୁକୁ ଉଦ୍ଧାର କରିବାରେ ସଫଳ ହେଲା l