ସରକାରଙ୍କ ଘୋଷଣା ପାଣିର ଗାର ! ଖୋଲୁଛି ନୂଆ ମଦ ଦୋକାନ; କମ୍ ହେଉ ନାହିଁ ଆଳୁ, ପିଆଜ ଦର

ରାଉରକେଲା,୧/୯ : ଓଡିଶାରେ ବିଜେପି ସରକାର ଆସିବା ପରଠାରୁ, ଦ୍ବନ୍ଦ ମଧ୍ଯରେ ଗତି କରୁଛି । ଆଜିର ଘୋଷଣା କାଲିକୁ ବଦଳି ଯାଉଛି। ମଦ ବନ୍ଦ ଘୋଷଣା ହେଉ କିମ୍ବା ଆଳୁ ଦର ହ୍ରାସ ହେଉ, ସରକାର ଏଥିରେ କୌଣସି ପରିବର୍ତ୍ତନ କରିପାରି ନାହାନ୍ତି।
ଓଡିଶାରେ ମୋହନ ଚରଣ ମାଝିଙ୍କ ସରକାର ଜୁନ୍ ୧୨ ତାରିଖରେ କ୍ଷମତାକୁ ଆସିବା ପରେ ମଦ ବନ୍ଦ ପାଇଁ ଘୋଷଣା କରି କହିଥିଲେ, ଅକ୍ଟୋବର ମାସରୁ ରାଜ୍ୟରେ ମଦ ବନ୍ଦ ହେବ । କିନୁ ପରବର୍ତ୍ତୀ ସମୟରେ ମଦ ବନ୍ଦ ନିଷ୍ପତ୍ତିର ପରିବର୍ତ୍ତନ କରାଯାଇ କୁହାଗଲା ଯେ, ନୂତନ ମଦ ଦୋକାନକୁ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ। କିନ୍ତୁ ଏବେ ଛେଣ୍ଡର ପ୍ଲୁଟୋନ୍ ମଲରେ ଯେଉଁ ମଦ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି, ତାହା କ'ଣ ପୂର୍ବ ନିଷ୍ପତ୍ତି ଥିଲା ।
ସେହିପରି ପୂର୍ବ ବିଜେଡି ସରକାରଙ୍କ ଆଳୁ ମିଶନ୍ ଫେଲ୍ ମାରିବା କଥା, ବର୍ତ୍ତମାନର ବିଜେପି ସରକାର କହୁଥିଲା , ୨୦ ଟଙ୍କାରେ ମିଳୁଥିବା ଆଳୁ ୫୦ ଟଙ୍କାରେ ପହଞ୍ଚିବା ପରେ ମୋହନ ଚରଣ ମାଝିଙ୍କ ସରକାରରେ ଯୋଗାଣ ମନ୍ତ୍ରୀ, ଉତ୍ତରପ୍ରଦେଶରୁ ଆଳୁ ଅଣାଯାଉଛି ଏବଂ ପରେ ପଞ୍ଜାବରୁ ଆଳୁ ଅଣାଯାଉଛି, ଆଳୁ ଦର କମିବ ବୋଲି ମିଡିଆରେ ଜନତାଙ୍କ ଉଦ୍ଦେଶ୍ଯରେ କହିଥିଲେ। କିନ୍ତୁ ତାହା ଏକ ପ୍ରତିଶ୍ରୁତି ଥିଲା। ଗତ ୧୫ ଦିନ ପୂର୍ବରୁ ଆଳୁ ଦର କିଲୋ ପ୍ରତି ୪୦ ଟଙ୍କା ଥିଲା ଆଜି ଆଳୁ ଦର କିଲୋ ପ୍ରତି ୩୫ ଟଙ୍କା ରହିଛି। ଅପରପକ୍ଷରେ ପିଆଜ ଦର ୪୫ରୁ ୫୦ ଟଙ୍କା ବୃଦ୍ଧି ଘଟିଛି।
ପ୍ରଶ୍ନ ଉଠେ ସରକାର ଏଠାରେ କଲେ କ'ଣ? ସରକାରଙ୍କ ଯୋଗାଣ ବିଭାଗ କେତେ ତତ୍ପର ତାହା ଏଠାରୁ ବେଶ୍ ଜଣା ପଡୁଛି। ସରକାରଙ୍କ ଯୋଗାଣ ବିଭାଗ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନୁହେଁ। ଯଦି ଯୋଗାଣ ବିଭାଗ କାର୍ଯ୍ଯକ୍ଷମ ହୋଇଥାନ୍ତା, ତାହା ହେଲେ ଆଳୁ, ପିଆଜ ବ୍ଯବସାୟୀମାନେ ଏହାର ସୁବିଧା ନେଉ ନଥାନ୍ତେ। ଆଗାମୀ ଦିନରେ ସରକାର କ'ଣ ନିଷ୍ପତ୍ତି ନେଇ ଚର୍ଚ୍ଚାର ବିଷୟ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।