ରିଲାକ୍ସ ମୁଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବୁକ୍ ଷ୍ଟୋରକୁ ଯାଇ କିଣିଲେ ବହି

ରିଲାକ୍ସ ମୁଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,  ବୁକ୍  ଷ୍ଟୋରକୁ  ଯାଇ କିଣିଲେ ବହି

ଭୁବନେଶ୍ବର, ୩୧/୫ : ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା ମଡର୍ଣ୍ଣ ବୁକ ଷ୍ଟୋରରୁ ବହି କିଣିଛନ୍ତି ମୁଖ୍ୟମନ୍ତ୍ରୀ । ଶୁକ୍ରବାର ସନ୍ଧ୍ୟା ସମୟରେ ମୁଖ୍ୟମନ୍ତ୍ରୀ ସେଠାକୁ ଯାଇ ନିଜ ପସନ୍ଦର ବହି କିଣିଛନ୍ତି । ବହିର ନାଁ ରହିଛି ‘ସିକ୍ରେଟ୍ସ ଅଫ୍‌ ଶିମିଳିପାଳ’ । ତାଙ୍କୁ ଦେଖି ସେଠାରେ ଥିବା ଲୋକେ ମଧ୍ୟ ବହୁ ଖୁସି ଯାଇଥିଲେ । ଏହାପରେ ଲୋକମାନେ ଆସି ତାଙ୍କ ସହ ସେଲ୍‌ଫି ମଧ୍ୟ ଉଠାଇଥିଲେ । ଜଣେ କୁନି ଝିଅ ସହ ବି ସେ ଫଟୋ ଉଠାଇଥିଲେ ।

ସୂଚନାଯୋଗ୍ୟ ଯେ, ଦେଶରେ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ଆସନ୍ତାକାଲି ଅର୍ଥାତ ଜୁନ ୧ରେ ସରୁଛି। ଓଡ଼ିଶାରେ ମଧ୍ୟ ଶେଷ ପର୍ଯ୍ୟାୟ ନିର୍ବାଚନ ରହିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ବୁକଷ୍ଟୋରକୁ ଯାଇ ସମ୍ପୂର୍ଣ୍ଣ ରିଲାକ୍ସ ମୁଡ଼ରେ ବହି କିଣିଛନ୍ତି। ମୁଖ୍ୟମନ୍ତ୍ରୀ ସବୁବେଳେ ଲେଖାଲେଖି କରିବା ସହ ପ୍ରାୟ ସମୟରେ ବହି ପଢିବାକୁ ଭଲ ପାଇଥାନ୍ତି ।