ପ୍ରାଚୀନ କଳା ସଂସ୍କୃତିକୁ ଉଜ୍ଜୀବିତ କରେ ଭେଟ୍‌ ଘାଟ୍

ପ୍ରାଚୀନ କଳା ସଂସ୍କୃତିକୁ ଉଜ୍ଜୀବିତ କରେ ଭେଟ୍‌ ଘାଟ୍

ରାଉରକେଲା,୩୦/୯ : ରାଉରକେଲା ସିଭିକ ସେଣ୍ଟର ପ୍ରେକ୍ଷାଳୟରେ ରବିବାର ରାଉରକେଲା ସଦ୍‌ଭାବନା ଲକ୍ଷେ ଘର ସମାଜ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍ ଅନୁଷ୍ଠିତ ହୋଇଯାଇଛି I ସମାଜର ସଭାପତି ସୁରଖଳିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି, ସୁନ୍ଦରଗଡ ତହସିଲଦାର କୁଳମଣି ରନବୀଡା, ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ ମହାନନ୍ଦିଆ, ସୁନ୍ଦରଗଡ ଡିଏସ୍‌ପି ତପନ ମହାନନ୍ଦ, ଆରଏସପି ଟ୍ରାଫିକ ଓ ର ମେଟେରିୟଲ ସିଜିଏମ କୌଶିକ ସୁନାନୀ, ଓଡିଶା ଜଳ ସର୍ବେକ୍ଷଣ ବିଭାଗୀୟ ଯନ୍ତ୍ରୀ ଦାମୋଦର ଦେହୁରୀଆ, ସୁନ୍ଦରଗଡ ଜିଲା ଲକ୍ଷେଘର ସମାଜ ସଭାପତି ପ୍ରଫୁଲ୍ଲ ସୁନାନୀ, ଜିଲା ଜଙ୍ଗଲ ସର୍ବେକ୍ଷଣ ଅଧିକାରୀ ଫନୀନ୍ଦ୍ର କୁମାର ତାଣ୍ଡି ପ୍ରମୁଖ ସମ୍ମାନୀତ ଅତିଥ୍ ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟଅତିଥ୍ ବିଧାୟକ ତନ୍ତୀ କହିଥିଲେ, ନୂଆଁଖାଇ ଭେଟଘାଟ ନିବିଡତା ଭରିବାର ଏକ ପ୍ରୟାସ । ଏହା କେବଳ ମାତ୍ର ଏକ ପର୍ବ ନୁହେଁ, ନୂଆଁଖାଇ ପଶ୍ଚିମ ଓଡିଶାର ପ୍ରାଚୀନ ସଂସ୍କୃତି ସଭ୍ୟତାର ଏକ ଅବିଚ୍ଛିନ୍ନ ଇତିହାସ। ନୂଆଁଖାଇ ଭେଟଘାଟ ବିଲୁପ୍ତ ହେଉଥିବା ପଶ୍ଚିମ ଓଡିଶାର ପ୍ରାଚୀନ କଳା ଓ ସଂସ୍କୃତିକୁ ପୁନର୍ଜୀବିତ କରିବାରେ ଯୁବବର୍ଗଙ୍କୁ ମାର୍ଗଦର୍ଶନ କରାଏ ବୋଲି ବିଧାୟକ କହିଥିଲେ। ଅନ୍ୟ ଅତିଥିମାନେ ନୂଆଁଖାଇ ଭେଟ୍‌ଘାଟ୍‌ର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।

ଏହାପରେ ଦଶମ, ଯୁକ୍ତ ୨ ଏବଂ ସ୍ନାତକୋତ୍ତର ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଛାତ୍ରୀଛାତ୍ରଙ୍କୁ ଲକ୍ଷେଘର ସମାଜ ପକ୍ଷରୁ ପୁରସ୍କୃତ କରାଯାଇଥିଲା, ସେହିପରି ସଞ୍ଜୟ ବେହେରା, ସୁମିତ ପଲ, ବନମାଳି ପ୍ରଧାନ, ରାଉରକେଲା ଅତିରିକ୍ତ ଭିଜିଲାନ୍ସ ଏସ୍‌ପି ସତ୍ୟବାନ ମହାନନ୍ଦ, ସେକ୍ଟର-୭ ଥାନାଧିକାରୀ ବିକ୍ରମ ଜୟପୁରିଆ ଓ ରଘୁନାଥପଲ୍ଲୀ ଏସ୍‌ଆଇ ସୁରଜ କଂଶ୍ରାଳୀଙ୍କୁ ସମ୍ବନ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲାର ୪୦ଟି ବ୍ଲକର ଲକ୍ଷେଘର ସମାଜ ସଭାପତି ସାମିଲ ହୋଇଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମାଜର ସାଧାରଣ ସମ୍ପାଦକ ଅଶ୍ବିନୀ କୁମାର ଶାସନୀ ବାର୍ଷିକ ବିବରଣୀ ପଠନ କରିଥିଲେ। ସଙ୍ଗଠନ ଉପରେ ଉପଦେଷ୍ଟା ରୋହିତ କୁମାର ମହାନନ୍ଦିଆ, ରାଜକିଶୋର ଧରୁଆ, ଅଲେଖ  ମହାନନ୍ଦିଆ, ମୁରଲୀଧର ଜୟପୁରିଆ, ହୃଷୀକେଶ ନାୟକ, ଅଶୋକ ବୁଡା, ଟିକେଶ୍ବର ତାଣ୍ଡିଆ, ମାନସୀ ତାଣ୍ଡିଆ ପ୍ରମୁଖ ସହଯୋଗ କରିଥିଲେ। ମହିମାବବକ୍ତି  ବେସନ ଓ ତନୁଜା ତନ୍ତୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଟଙ୍କଧର ବାଘ ଧନ୍ୟବାଦ ଅର୍ପଣ କରିଥିଲେ।