ସେବା ସପ୍ତାହ ସମାରୋହ ଦିବସ ପାଳନ

ସେବା ସପ୍ତାହ ସମାରୋହ ଦିବସ ପାଳନ

ରାଉରକେଲା,୩୦/୯ :  ରାଉରକେଲା ନୟାବଜାର ସ୍ଥିତ ଏକ ହୋଟେଲରେ ରବିବାର ଭାଜପା ମଣ୍ଡଳସ୍ତରୀୟ ସେବା ସପ୍ତାହ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାଜପା ତରଫରୁ ନିଃଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା । ଏଥିରେ କେନ୍ଦ୍ରୀୟ ଆଦିବାସ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟଅତିଥ୍‌ ଏବଂ ପୂଜା ରାୟ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦାନ କରିଥିଲେ । ଯୁବ ଭାଜପା ନେତା ପ୍ରକାଶ ପାଶ୍ୱିନଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଭାଜପା ନେତା ରଂଜିତ ନାୟକ, ଉପସଭାପତି ଅଙ୍କୁଶ ବର୍ମା, ପ୍ରମିଳା ଦାଶ, ପୂର୍ବ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ରୀତା ସିଂ, ମିଟୁ ବେରିହା, ଧର୍ମେନ୍ଦ୍ର ଯାଦବ, ରାଜେଶ ମହାପାତ୍ର, ମାନିକ ଚୌଧୁରୀ, ମହିଳା ମୋର୍ଚ୍ଚା ଜିଲା ସଭାପତି ସମ୍ମିତା ସାହୁ, ସାଧାରଣ ସମ୍ପାଦକ ଦକ ପୁଷ୍ପଲତା ସ୍ବାଇଁ, ମହିଳା ମୋର୍ଚ୍ଚା ମାର୍ଜା ଉପସଭାପତି ଦୁର୍ଗା ଦୁର୍ଗା ମାଇତି ପ୍ରମୁଖ ଉପସ୍ଥିତ ଥିଲେ।

ଭାଜପାର ସଦସ୍ୟତା ଅଭିଯାନକୁ ସଫଳ ରୂପାୟନ କରିବା ହେଉଛି ଦଳର ମୂଳ ଲକ୍ଷ୍ୟ । ଆଗାମୀ ଦିନରେ ରାଉରକେଲା ନିର୍ବାଚନ ମଣ୍ଡଳୀରେ ଭାଜପାକୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ହେଲେ ସଦସ୍ୟତା ବୃଦ୍ଧି ନିତାନ୍ତ ଆବଶ୍ୟକ ବୋଲି ମୁଖ୍ୟ ଅତିଥି ଜୁଏଲ ଓରାମ କହିଥିଲେ। ଅନ୍ୟତମ ଅତିଥି ପୂଜା ରାୟ ତାଙ୍କ ଭାଷଣରେ କହିଥିଲେ, ଜନସେବା କରିବା ଭାଜପାର ଏକମାତ୍ର ଲକ୍ଷ୍ୟ। ଏଣୁ ଭାଜପା ନେତା ଓ କର୍ମୀମାନେ ଭାଜପାର ସେବା ହିଁ ସଙ୍ଗଠନ ନାରାକୁ ସଫଳ କରିବା ଆବଶ୍ୟକ ବୋଲି ଦର୍ଶାଇଥିଲେ। କାର୍ଯ୍ୟକ୍ରମରେ ରାଉରକେଲା ବିଧାନ ବିଧାନସଭା କ୍ଷେତ୍ରର ବହୁ ମହିଳା ପୁରୁଷ ଓ ଯୁବବର୍ଗ ଉପସ୍ଥିତ ଥିଲେ।