ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ

ଭୁବନେଶ୍ବର,୨୧/୧୦ :  ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୩୬ଘଣ୍ଟାରେ ଏହା ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଇଛି । ଲଘୁଚାପ ପଶ୍ଚିମ-ଉତ୍ତର, ପଶ୍ଚିମ ଦିଗକୁ ଗତି କରିବା ସହିତ ପରବର୍ତ୍ତୀ ସମୟରେ ଦକ୍ଷିଣ ବଙ୍ଗୋପସାଗର କେନ୍ଦ୍ରୀୟ ଅଂଶ ଓ ନିକଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି ।

ତେବେ ବାତ୍ୟା ହେବ କି ନାହଁ ସେ ନେଇ ଭାରତୀୟ ପାଣିପାଗ ବିଭାଗ ଏ ଯାଏଁ କିଛି ଆକଳନ କରିନାହିଁ । କିନ୍ତୁ ବିଭିନ୍ନ ମଡେଲ ବାତ୍ୟା ନେଇ ଆଶଙ୍କା କରୁଛନ୍ତି । ଲଘୁଚାପ ଘନୀଭୁତ ହେଲେ ପ୍ରବଳ ବର୍ଷା ହେବ ବୋଲି କୁହାଯାଉଛି । ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୨୦ଟି ଜିଲାକୁ ସତର୍କ କରାଯାଇଛି ।