୪୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଡ୍ରାଇଭର
ଭୁବନେଶ୍ବର, ୧/୧୧ : ବସ୍ ଚଳାଉଥିଲେ, ହଠାତ ଆସିଲା ହୃଦଘାତ । କିନ୍ତୁ ମୃତ୍ୟୁ ପୂର୍ବରୁ ୪୦ ଜୀବନ ବଞ୍ଚାଇଛନ୍ତି ଡ୍ରାଇଭର । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ବୋଲଗଡ଼ ଅଞ୍ଚଳରୁ।
ସୂଚନା ଅନୁସାରେ, ଡ୍ରାଇଭର ଜଣଙ୍କ ବସ୍ ଚଳାଉଥିବାବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ପରେ ତୁରନ୍ତ ସେ ବୋଲଗଡ଼ ବସଷ୍ଟାଣ୍ଡ ନିକଟରେ ଗାଡ଼ିକୁ ସାଇଡ୍ କରିଦେଇଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Editor 


