ପହଲଗାମ ଆତଙ୍କୀ ଘଟଣା ; ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ଶୋକ ସଭା

ପହଲଗାମ ଆତଙ୍କୀ ଘଟଣା ; ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ଶୋକ ସଭା

ଭୁବନେଶ୍ବର, ୨୩/୪ : ଆଜି ସନ୍ଧ୍ୟା ୭ ଟା ସମୟରେ ଜମୁକଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା I ଏହି ସଭାରେ ସହିଦନଗର ଦୁର୍ଗାପୂଜା ସମିତିର ସଭାପତି ହେମନ୍ତ କୁମାର ପରିଡା, କାର୍ଯ୍ୟକାରୀ ସଭାପତି ସରୋଜ ପାତ୍ର, ଉପଦେଷ୍ଟା ମନୋରଞ୍ଜନ ଦାସ, ସୁଧୀର ଶତପଥୀ, ଉପସଭାପତି ଚନ୍ଦନ ପାଲିତ୍, ଯୁଗ୍ମସଂପାଦକ ବିଶ୍ଵ ପ୍ରସାଦ ମହାନ୍ତି, ସୁଦର୍ଶନ ସାହୁ, ରାଜେଶ ଖାନ୍ନା, କୋଷାଧ୍ଯକ୍ଷ ସ୍ମୃତି ରଞ୍ଜନ ଜେନା, ଉପକୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ମହାନ୍ତି, ଦିଲ୍ଲୀପ ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, ଦୀପଙ୍କର ମହାପାତ୍ର, ବିଭୁଦତ୍ତ ଦାସ, ଦିଲ୍ଲୀପ କୁମାର ମଲ୍ଲିକ, ମହେଶ୍ଵର ମହାନ୍ତି, ଆଶିଷ ମହାପାତ୍ର, ବିଶ୍ବରଂଜନ ରାୟ, ରଞ୍ଜନ ସାମଲ,ବିଭୁ ପଦାର ବିନ୍ଦ, ସତ୍ୟନାରାୟଣ ମହାପାତ୍ର, ରାମନାରାୟଣ ମହାପାତ୍ର, ସୁବ୍ରତ ସିଂହ, ଆନନ୍ଦ ମିତ୍ର, ଦେବାଶିଷ ସାହୁ, ସନ୍ଦୀପ କୁମାର ବେହେରା, ଜିତେନ୍ଦ୍ର ରାଓ, ଶକ୍ତିପ୍ରସାଦ ଜୀ ଓ ଅନେକ ଶ୍ରଦ୍ଧାଳୁ ଓ ସାଧାରଣ ସଭ୍ୟ ଉପସ୍ଥିତ ଥିଲେ I

ସଭା ଆରମ୍ଭରୁ ଏକ ମିନିଟର ନୀରବ ପାର୍ଥନା କରାଯାଇଥିଲା I ଯାହା ପରେ ସମିତିର କାର୍ଯ୍ଯକାରୀ ସଭାପତି ଶ୍ରୀ ପାତ୍ର ଆତଙ୍କବାଦୀ ଘଟାଇଥିବା ନରସଂହାରକୁ ଘୋର ନିନ୍ଦା କରିଥିଲେ ଓ କହିଥିଲେ ଯେତେ କଟୁ ଶବ୍ଦ ବ୍ୟବହାର କରି କହିଲେ ମଧ୍ୟ ଏହା କମ୍ । ସେହିପରି ସମିତିର ଉପ ସଭାପତି ଶ୍ରୀ ପାଲିତ୍ ସମସ୍ତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିଲେ I ଶେଷରେ ସମିତିର ସମ୍ପାଦକ ସଚ୍ଚି ନନ୍ଦନ ନାୟକ ସମସ୍ତ କର୍ମକର୍ତ୍ତା, ଶ୍ରଦ୍ଧାଳୁଙ୍କୁ ସାଧୁବାଦ ଜଣାଇଥିଲେ ଓ ଜଗତଜନନୀ ଦୁର୍ଗା ମାଙ୍କ ପାଖରେ ଏକ ମିଳିତ ଦୀପ ପ୍ରଜ୍ବଳନ କରାଯାଇ ସମସ୍ତ ଆହତ ଲୋକଙ୍କ ପାଇଁ ଆଶୁ ଆରୋଗ୍ୟ କାମନା ଓ ନିହତଙ୍କ ପରିବାର କିପରି ଏହି ଦୁଃଖଦ ଘଟଣାକୁ ଅତିବାହିତ କରିବେ ସେଥିପାଇଁ ଦୁର୍ଗା ମାତାଙ୍କୁ ଶକ୍ତି ପ୍ରଦାନ କରନ୍ତୁ ବୋଲି କହିଥିଲେ।