ମା'ଭୁବନେଶ୍ବରୀ ଓମେନସ୍ ଆସୋସିଏସନ୍ ପକ୍ଷରୁ ଅଙ୍ଗନଓ୍ବାଡ଼ି ଦିଦି ଏବଂ ଆଶା ଦିଦିଙ୍କୁ ସମ୍ମାନିତ

ଭୁବନେଶ୍ବର,୧୦/୭ : ମା'ଭୁବନେଶ୍ବରୀ ଓମେନସ୍ ଆସୋସିଏସନ୍ ପକ୍ଷରୁ ଅଙ୍ଗନଓ୍ବାଡ଼ି ଦିଦି ଏବଂ ଆଶା ଦିଦିଙ୍କୁ ସମ୍ମାନିତ । ବଡ଼ଗଡ଼ ବ୍ରିଟ୍ କଲୋନୀକୁ ୧୦ବର୍ଷ ହେବ ପୋଲିଓର ବିଭିନ୍ନ ପ୍ରକାର ଟିକା ଦେବା ଏବଂ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଟିକା ମାନ ଦେଇ ନିଜର କର୍ତ୍ତବ୍ୟକୁ ସୂଚାର ରୂପେ ତୁଲାଇ ଆସୁଛନ୍ତି ଅଙ୍ଗନଓ୍ବାଡ଼ି ଦିଦି ।
ତାଙ୍କର କର୍ମମୟ ଜୀବନକୁ ଦେଖି ମା ଭୁବନେଶ୍ବରୀ ଓମେନସ୍ ଆସୋସିଏସନ୍ ଅନୁପ୍ରେରିତ ହୋଇଥିଲା । ଏହାପରେ ନିଷ୍ପତ୍ତି ନିଆଯାଇଥିଲା କି ସେମାନଙ୍କୁ ସମ୍ବର୍ଦ୍ଧନା କରାଯିବ । ଆସୋସିଏସନ୍ ର ବୟୋଜ୍ୟେଷ୍ଠ ସଦସ୍ୟାମାନଙ୍କ ଦ୍ବାରା ଏନଏମ୍ ଦିଦି କୃଷ୍ଣପ୍ରିୟା ମାନ୍ଧାତା, ଆଶା ଦିଦି ସୁଷମା ଏବଂ କ୍ଷଣପ୍ରଭା ନାୟକଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ଆସୋସିଏସନର ବହୁ ସଂଖ୍ୟାରେ ସଦସ୍ୟା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଆସୋସିଏସନର ସଭାପତି ଶ୍ବେତପଦ୍ମା ମିଶ୍ର ଏବଂ ସମ୍ପାଦିକା ଶ୍ରଦ୍ଧାଞ୍ଜଳି ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।