ଜୀ ସାର୍ଥକର ମେଗା ଧାରାବାହିକ 'ଭାଗ୍ୟରେଖା' କାହାଣୀ ନେଉଛି ରୋମାଞ୍ଚକର ମୋଡ଼

ଜୀ ସାର୍ଥକର ମେଗା ଧାରାବାହିକ 'ଭାଗ୍ୟରେଖା' କାହାଣୀ ନେଉଛି ରୋମାଞ୍ଚକର ମୋଡ଼

ଭୁବନେଶ୍ବର, ୨୫/୯ : ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁ ବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ଓଡିଆ ଘରର ପରମ୍ପରା ଓ ରୀତିନୀତିକୁ ନେଇ ଅନେକ ମନୋଲୋଭା ଧାରାବାହିକ ବା ନିଜର ଦର୍ଶକଙ୍କୁ ମନୋରଞ୍ଜନର କାର୍ଯ୍ୟକ୍ରମ ଭେଟି ଦଉଛି ଜୀ ସାର୍ଥକ । ତାହା ମଧ୍ୟରେ ଭାଗ୍ୟ ରେଖା ଧାରାବାହିକ ସାଜିଛି ଧାରାବାହିକ ପ୍ରେମୀଙ୍କର ପ୍ରଥମ ପସନ୍ଦ । ଆଗକୁ ଏହି ଧାରାବାହିକରେ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଚଳିତ ଥର ଭାଗ୍ୟ ରେଖାରେ କିଛି ଭିନ୍ନ ମୋଡ଼ ଦେଖିବାକୁ ପାଇବେ ଦର୍ଶକେ।

ରେଖା ଓ ଭାଗ୍ୟ ପରସ୍ପର ପ୍ରତି ମନରେ ଥିବା ପ୍ରେମ ଭାବନାକୁ ଶେଷରେ ବ୍ୟକ୍ତ କରିଛନ୍ତି । ରେଖା, ମୟଙ୍କ ଓ ନିଜ ଘରଲୋକଙ୍କୁ ଜଣାଇଛି ଯେ, ମୟଙ୍କକୁ ସେ ବାହା ହୋଇ ନାହିଁ କାରଣ ସେ ଭାଗ୍ୟକୁ ଭଲ ପାଏ। ଯାହାକୁ ଶୁଣି ମୟଙ୍କ ରାଗରେ ଘର ଛାଡ଼ି ଚାଲିଯାଇଛି । ଅନ୍ୟ ପକ୍ଷରେ ମୟଙ୍କ ଘର ଛାଡ଼ି ଯିବା କଥା ଜାଣି ତାଙ୍କ ମା' ଆସି ଭାଗ୍ୟ ଘରେ କରିଛନ୍ତି ପାଟିତୁଣ୍ଡ । ଯାହା ପରେ ଭାଗ୍ୟ ଓ ରେଖା ମିଶି ମୟଙ୍କକୁ ଖୋଜିବାକୁ ଯାଆନ୍ତି । ଏହି ସବୁ ସୁଯୋଗର ଫାଇଦା ଉଠାଇ ମୟଙ୍କ ରେଖାର ଚରିତ୍ର ଉପରେ ପ୍ରଶ୍ନ ଉଠାଏ । ଅପରପକ୍ଷେ ଭାଗ୍ୟ ପରିବାର ମଧ୍ଯ ରେଖା ଉପରେ ରାଗ ରଖନ୍ତି ଓ କୁହନ୍ତି ରେଖା ପାଇଁ ଭାଗ୍ୟ ଆଜି ଭୁଲ ବାଟକୁ ଯାଇଛି।

ତେବେ ଏହି ସମସ୍ୟା ଭିତରେ କ’ଣ କେବେ ରେଖା ଓ ଭାଗ୍ୟ ଏକାଠି ହୋଇପାରିବେ ? ଭାଗ୍ୟ ପରିବାରକୁ ରେଖା ଓ ଭାଗ୍ୟର ପ୍ରେମ ସମ୍ପର୍କ ବିଷୟରେ ଜଣା ପଡ଼ିଲେ କ’ଣ ହେବ ? ଏହି ସମ୍ପର୍କକୁ ସେମାନେ କଣ ଆପଣାଇବେ ? ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ଭାଗ୍ୟରେଖା ଧାରାବାହିକକୁ ଦେଖିବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର୍ ପ୍ରତୀକ ସିଲ୍।