ବିଧବା ମା’, ଦିବ୍ୟାଙ୍ଗ ଝିଅର ହକ୍ ପାଇଁ ଧାରଣା

ବିଧବା ମା’, ଦିବ୍ୟାଙ୍ଗ ଝିଅର ହକ୍ ପାଇଁ ଧାରଣା

ରାଉରକେଲା,୨୬/୯ : ରାଉରକେଲା ସହରରୁ ମାତ୍ର ୮କି.ମି ଦୂର ପ୍ଲଟରୀଖମନ ଗ୍ରାମର ବିଧବା ମା' ଓ ଦିବ୍ୟାଙ୍ଗ ଝିଅର ହକ୍ ଦାବି କରି ରାଉରକେଲା ହିନ୍ଦୁ ମଜଦୁର ସଭା ପକ୍ଷରୁ ବେଦବ୍ୟାସସ୍ଥିତ ଇଏସ୍‌ଆଇସି ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଓଷାକାନ୍ତୀ ସୁରେନ(୫୩) ଏବଂ ଦିବ୍ୟାଙ୍ଗ ଝିଅ ସୁଇଟି ସୁରେନ(୧୮)ଙ୍କୁ ତାଙ୍କ ଅଧିକାର ପାଇଁ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ, ୪ବର୍ଷ ହେଲା ନିଜ ଅଧିକାର ପାଇବା ନେଇ ଉଭୟ ମା' ଝିଅ ଲଢେଇ କରୁଥିବା ବେଳେ କୁଆଁରମୁଣ୍ଡାସ୍ଥିତ ଏକ ଘରୋଇ ସଂସ୍ଥା ଏମାନଙ୍କ ଦୁଃଖ ଶୁଶୁନାହିଁ। ଓଷାକାନ୍ତୀଙ୍କ ସ୍ବାମୀ ରାଜେଶ ସୁରେନ(୪୮) ଉକ୍ତ ଘରୋଇ ସଂସ୍ଥାରେ ଇଏସ୍‌ଆଇ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି। ସୁରକ୍ଷା କର୍ମୀ କାମ କରୁଥିଲେ। ୨୦୨୦ ଅକ୍ଟୋବର ୧୮ରେ ରାଜେଶ କାମ କରୁଥିବା ସମୟରେ ଆଶ୍ଚର୍ଯ୍ୟ ଜନକ ଭାବେ ମୃତ୍ୟୁବରଣ କଲେ। 

ଏହାପରେ ଏ ମା' ଓ ଦିବ୍ୟାଙ୍ଗ ଝିଅ ଉକ୍ତ ଘରୋଇ ସଂସ୍ଥାରେ ଫେରାଦ ହୋଇ ସହଯୋଗ ଲୋଡିଲେ। ମାତ୍ର ଉକ୍ତ ସଂସ୍ଥା ସହଯୋଗ କରିବାକୁ ରୋକ୍‌ଠୋକ୍‌ ମନା କରିଦେଲା। ରାଜେଶ ଜଣେ ଘରୋଇ ଶ୍ରମିକ ଥିଲେ ଓ ଗ୍ଲୁଟି ସମୟରେ ତାଙ୍କର ମୃତ୍ୟୁ ଘଟିଥି୍ବାରୁ ଆଇନ ମୁତାବକ ମୃତକଙ୍କ ଉତରାଧିକାରୀଙ୍କୁ ମୃତ ଶ୍ରମିକ ପାଉଥିବା ବେତନର ୯୦ଭାଗ ଦରମା ସହିତ ପ୍ରୋଭିଡେଣ୍ଟ ଫଣ୍ଡ ଓ ଓ ବୀମା ରାଶି ମଧ୍ୟ ଉତ୍ତରାଧୁକାରଙ୍କୁ ମିଳିବା କଥା ବୋଲି ବୋଲି ଜାଣି ଜାଣିବା ପରେ ମା' ଝିଅ ଝିଅ ଝାରସୁଗୁଡା ସ୍ଥିତ କର୍ମଚାରୀ ରାଜ୍ୟ ବୀମା ନିଗମ, ଉପ ଆଞ୍ଚଳିକ କାର୍ଯ୍ୟାଳୟରେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କଲେ। 

ଏହାସତ୍ତ୍ବେ ନ୍ୟାୟ ନ ମିଳିବାରୁ ବୁଧବାର ହିନ୍ଦ୍ ମଜଦୁର ସଭା ପକ୍ଷରୁ ଧାରଣା ଦିଆଯାଇଛି। ଖବର ପାଇ ସ୍ଥାନୀୟ ଶାଖା ଅଧିକାରୀ ଖୁଦିରାମ ଗୁଡୁ ଓ ଡିସ୍ପେନସରୀ ଆଇଏମଓଆଇସି ସୌମ୍ୟ ରଞ୍ଜନ ପତି ଏ ନେଇ ମା' ଝିଅ 3 ସମ୍ପାଦକ ଧାରଣାକାରୀଙ୍କ ସହିତ ସମସ୍ୟାର ସମାଧାନ ନେଇ ଆଲୋଚନା କରିଛନ୍ତି। ଏହି ଧାରଣାରେ ହିନ୍ଦ ମଜଦୁର ସଭା ରାଜ୍ୟ କ ଦିଗମ୍ବର ମ୍ବର ମହାନ୍ତି, ଉପସଭାପତି ମହେଶ୍ବର ମହାପାତ୍ର ମହାପାତ୍ର, ବିମଳ ବେଉରିଆ, ଅଜୟ ନାୟକ, ଋକ, ଦିଲୀପ ଜେନା, କୃଷ୍ଣ କୁମାର, ଜଗବନ୍ଧୁ ଜେନା, ଗୌତମ ମହାରଣା, ବେନ୍ଦ୍ରିକ ତିର୍କୀ, ପ୍ଲଟରୀ ଖମନ ସରପଞ୍ଚ ନରେଶ ସୁରୀନ, ଉଷାକାନ୍ତୀ ସୁରିନ, କଲ୍ୟାଣୀ ମିଞ୍ଜ, ବିମଳା କୁଲୁ, କୁଳ କୁଲୁ, ବବିତା ଲାମ ଲାମ୍ବା, ଚାନ୍ଦୁ ଓରାମ, ଲକ୍ଷ୍ମୀ ବରୁଆ ପ୍ରମୁଖ ସାମିଲ ହୋଇଥିଲେ।