ଜି.ବି ନଗର ବ୍ଲକରେ ମନରେଗା ଅଭିଯୋଗ ଶୁଣାଣି

ଖୁଣ୍ଟା,୨୫/୯ : ଗୋପବନ୍ଧୁ ନଗର ବ୍ଲକ ପକ୍ଷରୁ ମନରେଗା ସଂପର୍କିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ନୋଡାଲ ଅଧିକାରୀ ଭାବେ କପ୍ତିପଦା ଉପଖଣ୍ଡର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ନରେନ୍ଦ୍ର ଖମାରୀ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଝୁଲଣା ବାରସାଳିଆ, ଉପାଧ୍ୟକ୍ଷା ରଶ୍ମୀତା ଚୈଧୁରୀ, ବିଡିଓ କରୁଣାକର ଧିନ୍ଦା, ଏପିଓ ସୁନନ୍ଦା ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ । ମନରେଗା ମାଧ୍ୟମରେ ତ୍ୱରିତ ହେଉଥିବା ବିଭିନ୍ନ କାର୍ଯ୍ୟରେ ସ୍ଵଚ୍ଛତା ଆଣିବା ହିଁ ଏହି ଅଭିଯୋଗ ଶୁଣାଣିର ମୂଳ ଉଦ୍ଦେଶ୍ୟ ବୋଲି ପ୍ରକଳ୍ପ ପ୍ରଶାସକ ଶ୍ରୀ ଖମାରୀ ସୁଚାଇଥିଲେ ।
ଏହି ଅବସରରେ ବ୍ଲକ ସମେତ ବିଭିନ୍ନ ଲାଇନ ଡିପାଟମେଣ୍ଟ ପକ୍ଷରୁ ବ୍ଲକ ଅଧିନରେ କାର୍ଯ୍ୟକାରୀ ହୋଇଥିବା ମନରୋଗା ପ୍ରକଳ୍ପ ଗୁଡ଼ିକରେ ଥିବା ଅଭିଯୋଗ ଗୁଡ଼ିକର ଶୁଣାଣୀ କରାଯାଇଥିଲା l ବ୍ଲକ ଅଧିନରେ ମୋଟ ୧୨୮୦୫ ଜବ କାର୍ଡ଼ ଧାରି ପରିବାର ଥିବାବେଳେ ୪୨୮୩ପରିବାରଙ୍କୁ ଏହି ମାଧ୍ୟମରେ କାର୍ଯ୍ୟ ଯୋଗାଇ ଦିଆଯାଇଛି । ସେହିପରି ବ୍ଲକ ଅଧିନରେ ମୋଟ ୨୫୬୧ ଗୋଟି ପ୍ରକଳ୍ପର କାର୍ଯ ହାତକୁ ନିଆଯାଇଥିବାବେଳେ ସେ ମଧ୍ୟରୁ ୮୧୧ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି । ଯେଉଁଥିରେ ମୋଟ ୫୭୯.୪୫ ଲକ୍ଷ ଟଙ୍କା ବିନିଯୋଗ ହୋଇଥିବା ବେଳେ ଏଥିରୁ ମୋଟ ୧୨,୨୫୨୧ ଦିନର ଶ୍ରମଦିବସ ସୃଷ୍ଟି ହୋଇପାରିଛି । ସେ ମଧ୍ୟରୁ ୧୭ଟି ପରିବାର ୧୦୦ ଦିନର କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ଜଣାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ଏହି ଅଭିଯୋଗ ଶୁଣାଣିରେ ଜବକାଡ଼ଧାରୀ ଶ୍ରମିକ, ପିଇଓ, ଜିଆରଏସ, ସରପଞ୍ଚ, ସମତି ସଭ୍ୟମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ମନରେଗା ଆସିଷ୍ଟାଣ୍ଡ ଦିଲ୍ଲୀପ ଚକ୍ର, ବ୍ଲକ ସାମାଜିକ ସମୀକ୍ଷକ ପ୍ରବୀର ଦାସ ପ୍ରମୁଖ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ l