୨00ଗରିବ ଲୋକଙ୍କୁ ରେନିକୋଟ ବାଣ୍ଟିଲେ ସମାଜସେବୀ ଡ. ଦୀପକ ପାଣ୍ଡେ

ସମ୍ବଲପୁର ପ୍ରତିନିଧି(ଅଭ୍ୟର୍ଥନା ରଣା), ୨୯/୭ :୨00 ଗରିବ ଲୋକଙ୍କୁ ରେନିକୋଟ ବାଣ୍ଟିଲେ ସମ୍ବଲପୁରର ବିଶିଷ୍ଟ ସମାଜସେବୀ ତଥା ସେବା ଅନୁଷ୍ଠାନର ସଭାପତି ଛତ୍ରପତି ଡ଼ ଦୀପକ ପାଣ୍ଡେ l ସେବା ଅନୁଷ୍ଠାନର ସଭାପତି ଡ଼ ପାଣ୍ଡେ ସମ୍ବଲପୁର ସହରର ଦୁର୍ଗାପାଲି କୁସୁମ ପଡା ଓ କାନିଜୁରୀର ୨00 ଜଣ ଗରିବ ଲୋକଙ୍କୁ ରେନିକୋଟ ବାଣ୍ଟିଛନ୍ତି l
ଏହି ବଣ୍ଟନ କାର୍ଯ୍ୟକ୍ରମରେ ସେବା ସଂଗଠନର ସଭାପତି ଛତ୍ରପତି ଡ଼ ଦୀପକ ପାଣ୍ଡେ, ସେବାର କୋଷାଧକ୍ଷ ବାବୁଲୁ ଚାଁଆର, ସଦସ୍ୟ ବୁଧୁରାମ ପାତ୍ର ପ୍ରେମରାଜ ମେହେର, ଶିବ ମେହେର, ଆର୍ତବନ୍ଧୁ ଚାନ୍ଦ, ପାୟଲ ଦତ୍ତ, ନରୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ l