ଅଗଷ୍ଟ ୮ ରୁ ସେକ୍ଟର ୧୩ମେଳନ ପଡିଆରେ କଞ୍ଜୁମର ହ୍ଯାଣ୍ଡଲୁମ ଓ ହାଣ୍ଡିକ୍ରାଫ୍ଟ ଏକ୍ସ ପୋ

ରାଉରକେଲା,୬/୮ : ରାଉରକେଲାର ଅଗ୍ରଣୀ ସାଈ ଏଣ୍ଟରଟେନମେଣ୍ଟ ଗ୍ରୁପ୍ ପକ୍ଷରୁ ଆସନ୍ତା ଅଗଷ୍ଟ ୮ ତାରିଖ ରୁ ସେକ୍ଟର ୧୩ ମେଳନ ପଡିଆରେ ରାଉରକେଲା କଞ୍ଜୁମର ହ୍ଯାଣ୍ଡଲୁମ ଓ ହାଣ୍ଡିକ୍ରାଫ୍ଟ ଏକ୍ସପୋ ଲାଗିବାକୁ ଯାଉଛି। ଚଳିତବର୍ଷ ସ୍ବାଧୀନତା ଦିବସ, ରାକ୍ଷୀପୂର୍ଣ୍ଣିମା, ଜନ୍ମାଷ୍ଟମୀ ଓ ଗଣେଶ ପୂଜା ଅବସରରେ ଏହି ମେଳା ଆୟୋଜନ ହେଉଛି। ମେଳାରେ ରାଉରକେଲାବାସୀଙ୍କ ପାଇଁ ୨୨ଟି ରାଜ୍ୟର ହ୍ଯାଣ୍ଡଲୁମ ଓ ହାଣ୍ଡିକ୍ରାଫ୍ଟ ସାମଗ୍ରୀ ସହ ବାହାର ଦେଶ ଯେପରି ଆଫଗାନିସ୍ତାନର ଡ୍ରାଏ ଫ୍ରୁଟସ୍ ,ବାଙ୍ଗାଲାଦେଶର ଶାଢୀ, ମାଲେସିଆର ଟପ୍ ମଧ୍ୟ ମେଳାରେ ଉପଲବ୍ଧ ହେବ।
ଏହା ବ୍ୟତୀତ ସମସ୍ତ କଞ୍ଜୁମର, ଇଲେକ୍ଟ୍ରୋନିକ, ହୋମ୍ ଷ୍ଟାଇଲ,ବନାରସୀ ଶାଢୀ, ବନ୍ଧନୀ ସୁଟସ୍ ଓ ଶାଢୀ,ଲକ୍ଷ୍ନୈ ଚିକେନ କାମ, ପଞ୍ଚମପାଲ୍ଲୀ ଶାଢୀ, ପଟିଆଲା ଜୁତି, କଲକୋତା ଜ୍ବେଲେରୀ, ଖୁରଜା କ୍ରୋକରୀ, ଖଦୀ ସାମଗ୍ରୀ, ରାଜସ୍ଥାନୀ ଆଚାର, ଜୟପୁରର ଚୁରନ, ଆଦି ସାମଗ୍ରୀ ଷ୍ଟଲରେ ଉପଲବ୍ଧ ହେବ। ମେଳାର ଅନ୍ୟତମ ଆକର୍ଷଣ ମଧ୍ଯରେ ଦୁବାଇ ସିଟି ଥିମର ସେଲଫି ପଏଣ୍ଟ ରହିବ। ବର୍ଷା ସମୟରେ ଗ୍ରାହକଙ୍କ ସୁବିଧା ପାଇଁ ସମସ୍ତ ଷ୍ଟଲ ହ୍ଯାଙ୍ଗର ମଧ୍ଯରେ ଲାଗିବ ଯାହା ସଂପୂର୍ଣ୍ଣ ଓ୍ବ।ଟର ପ୍ରୁଫ ଅଟେ ।
ଏକ୍ସପୋ ର ସମସ୍ତ ସାମଗ୍ରୀ ସାଧାରଣ ଭାବେ ବଜାରରେ ଉପଲବ୍ଧ ହେଉ ନଥିବା ବେଳେ ଏହା ରାଉରକେଲାବାସୀ ଙ୍କୁ ମାର୍କେଟିଂ ର ବେଶ୍ ଆନନ୍ଦ ଦେବ। ପ୍ରଦର୍ଶନୀ ପ୍ରତ୍ଯେହ ଅପରାହ୍ନ ତିନିଟା ରୁ ଆରମ୍ଭ ହୋଇ ରାତ୍ରି ୧୦ ଟା ପର୍ଯ୍ୟନ୍ତ ଚାଲିବ। ତେଣୁ ସପରିବାର ଏହି ପ୍ରଦର୍ଶନୀର ସୁଯୋଗ ନେବା ପାଇଁ ଆୟୋଜକ ଙ୍କ ପକ୍ଷରୁ ନିବେଦନ କରାଯାଇଛି। ଆଜି ର ସାମ୍ବାଦିକ ସମ୍ମିଳନୀ ରେ ସାଈ ଏଣ୍ଟରଟେନମେଣ୍ଟ ଗ୍ରୁପ୍ ର ନିର୍ଦେଶିକା ଲୀନା ନାୟକ, ଇଭେଣ୍ଟ ମ୍ୟାନେଜର ଏସକେ ଅନାର, ସଞ୍ଜୀବ ଗୋଡକିଆ,ବିକାଶ ଜୟସ୍ବାଲ, ରୋହିତ ଚଉରାସିଆ ଓ ସଞ୍ଜୀବ ତିଓ୍ବ।ରୀ ପ୍ରମୁଖ ଉପସ୍ଥିତ ଥିଲେ।