ସମ୍ବଲପୁର ଚିଡ଼ିଆଖାନାରୁ ଡେବରିଗଡ଼ ଅଭୟାରଣ୍ୟକୁ "ବୋମା ମେଥଡ଼"ରେ ସ୍ଥାନାନ୍ତରିତ ହେବେ ୧୧୫ହରିଣ

ସମ୍ବଲପୁର ଚିଡ଼ିଆଖାନାରୁ ଡେବରିଗଡ଼ ଅଭୟାରଣ୍ୟକୁ "ବୋମା ମେଥଡ଼"ରେ ସ୍ଥାନାନ୍ତରିତ ହେବେ ୧୧୫ହରିଣ

ସମ୍ବଲପୁର ପ୍ରତିନିଧି(ଅଭ୍ୟର୍ଥନା ରଣା)୧୬/୭ :  ସମ୍ବଲପୁର ଚିଡିଆଖାନାରୁ ଡେବିରିଗଡ଼ ଅଭୟାରଣ୍ୟକୁ ସ୍ଥାନାନ୍ତରିତ ହେବେ ୧୧୫ଗୋଟି ହରିଣ l ଆଜି ପ୍ରଥମ ପର୍ଯ୍ୟାୟରେ ୧୨ଗୋଟି ହରିଣ ସ୍ୱତନ୍ତ୍ର ଗାଡି ଜରିଆରେ ଡେବିରିଗଡ଼ ଅଭୟରଣ୍ୟକୁ ସ୍ଥାନାନ୍ତରିତ କରାଯାଇଛି l ଆଗାମୀ ଦିନରେ ପର୍ଯ୍ୟାୟ କ୍ରମରେ ମୋଟ ୧୧୫ଟି ହରିଣକୁ ସ୍ଥାନାନ୍ତରିତ କରାଯିବ l ଏ ନେଇ ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି l

ସମ୍ବଲପୁର ଚିଡିଆଖାନାରେ ମୋଟ ୧୭ଟି ପ୍ରଜାତିର ଜୀବଜନ୍ତୁ ଅଛନ୍ତି l ଆଗାମୀ ଦିନରେ ଏହି ଚିଡିଆଖାନାକୁ ଅନେକ ନୁଆଁ ପ୍ରଜାତିର ଜୀବଜନ୍ତୁ ଆସିବାର ଅଛି l ଏ ନେଇ Centra Zoo Authority and Ministry of Environment and Forest ଦ୍ୱାରା ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି l ଏହି ପ୍ରକ୍ରିୟା ରେ ମାସ ତଳେ ସମ୍ବଲପୁର ଚିଡ଼ିଆଖାନା ପକ୍ଷରୁ ଅନେକ ପ୍ରସ୍ତାବ ମଧ୍ୟ ଦିଆ ଯାଇଥିଲା l ଏହି ପ୍ରସ୍ତାବ ସବୁକୁ ସ୍ୱୀକୃତି ମିଳି ସାରିଛି l ତେଣୁ ଏହି କ୍ରମରେ ସମ୍ବଲପୁର ଚିଡ଼ିଆ ଖାନରେ ଅନେକ ନୁଆଁ ଜୀବ ଜନ୍ତୁ ଆସିବାକୁ ଥିବାରୁ ସେମାନଙ୍କ ଖୁଆଡ଼ ପାଇଁ ସ୍ଥାନ ଖାଲି କରିବାକୁ ପଡିବ l ତେଣୁ ଏହି ପଦକ୍ଷେପ ନିଆଯାଇଛି l

ତେବେ ଏହି ହରିଣ ମାନଙ୍କୁ "ବୋମା ମେଥଡ଼"ରେ ସ୍ଥାନାନ୍ତରିତ କରାଯିବ l ଏହି ହରିଣମାନେ ଚିଡ଼ିଆଖାନାର କୃତ୍ରିମ ପରିବେଶରୁ ଡେବିରିଗଡ଼ର ପ୍ରାକୃତିକ ପରିବେଶକୁ ଯାଉଥିବାରୁ ପରିବର୍ତ୍ତିତ ଜଳବାୟୁ ରେ ସେମାନଙ୍କୁ ପ୍ରଥମେ ଗୋଟିଏ ମାସ କୁଆରେଣ୍ଟାଇନ ଏନକ୍ଲୋଜର ରେ ରଖାଯିବ l ଏଥିପାଇଁ ବନ ବିଭାଗ ପକ୍ଷରୁ ଏହି ଏନକ୍ଲୋଜର ତିଆରି ହୋଇ ସାରିଛି l ଏହି ଅଞ୍ଚଳକୁ କୌଣସି ଲୋକଙ୍କୁ ଯିବାକୁ ଦିଆଯିବନି l ପ୍ରଥମେ କିଛି ଦିନ ପାଇଁ ହରିଣ ମାନଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ ୨୪ଘଣ୍ଟା ନଜରରେ ରଖାଯିବ l ଏଥିପାଇଁ ମଞ୍ଚା ମଧ୍ୟ ପ୍ରସ୍ତୁତ ହୋଇ ସାରିଛି l

 ଏହିଭଳି ଭାବରେ ଡେବିରିଗଡ଼ ଅଭୟରଣ୍ୟ ରେ ଆଗକୁ ତୃଣ ଭୋଜି ପ୍ରାଣୀ ଙ୍କ ସଂଖ୍ୟା ବୃଦ୍ଧି କରାଯିବ l ଏଠାରେ ତିଆରି ହୋଇଥିବା କୁଆରେଣ୍ଟଟାଇନ ଏନକ୍ଲୋଜର ୧.୨ ହେକ୍ଟର ଜମିରେ ତିଆରି ହୋଇଛି l ଅନ୍ୟପଟେ ଆଗାମୀ ଦିନରେ ସମ୍ବଲପୁର ଚିଡ଼ିଆଖାନାକୁ  ମହାବଳ ବାଘ ଓ  ମଗର ଅଣାଯିବ l ଏଥିପାଇଁ ଅନୁମତି ମିଳି ସାରିଛି ବୋଲି ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି l