ରାଉରକେଲାର ବିପ୍ରା ଫାଉଣ୍ଡେସନ୍ ପକ୍ଷରୁ ସନାତନ ଧର୍ମ ସଂରକ୍ଷଣ ବୋର୍ଡ ଦାବି

ରାଉରକେଲା, ୨୯/୯ : ବିପ୍ର ଫାଉଣ୍ଡେସନ ରାଉରକେଲା ଶାଖା ତଥା ଓଡିଶା ଜୋନ୍-୧୦ ପକ୍ଷରୁ ତିରୁପତି ବାଲାଜୀଙ୍କ ପ୍ରସାଦ ତିଆରିରେ ଅପମିଶ୍ରିତ ଘିଅକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଅଧ୍ଯକ୍ଷ ସୁଭାଷ ଜୋଶୀଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଏବଂ ଓଡିଶା ରାଜ୍ଯପାଳଙ୍କ ଉଦ୍ଦେଶ୍ୟରେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ପ୍ରତିନିଧି ଦଳରେ ରାଉରକେଲା ବିପ୍ର ଫାଉଣ୍ଡେସନ ଅଧ୍ଯକ୍ଷ ସୁଭାଷ ଜୋଶୀଙ୍କ ସମେତ ପ୍ରାଦେଶିକ ସାଧାରଣ ସମ୍ପାଦକ ଟିଙ୍କୁ ଚୌମଲ, ରାଉରକେଲା ସମ୍ପାଦକ ଗୌତମ ଶର୍ମା, ରାଉରକେଲା ଉପାଧ୍ୟକ୍ଷ ଶାନ୍ତିଲାଲ ପାରିକ, ରାଜେଶ ଶର୍ମା, କୋଷାଧ୍ୟକ୍ଷ ସଞ୍ଜୟ ପୁରୋହିତ, ବରିଷ୍ଠ ସଦସ୍ୟ ଶଶିକାନ୍ତ ଯୋଶୀ, ଜଗଦୀଶ ହରିତ, ରାମ ସ୍ବରୂପ ଚୌବେ, ବିନୟ ଶର୍ମା, ପ୍ରାଦେଶିକ କାର୍ଯ୍ୟନିର୍ବାହୀ ସଦସ୍ୟ ଦିଲୀପ ଶର୍ମା, ମହିଳା ସେଲ୍ ପ୍ରାଦେଶିକ ସଭାପତି ଅନୀତା ଯୋଶୀ ଓ ରାଉରକେଲା ସଭାପତି ସୀମା ଚୌମାଲ ପ୍ରମୁଖ ତିରୁପତି ପ୍ରସାଦ ଘଟଣାରେ ସନାତନ ଧର୍ମୀଙ୍କ ଭାବନା ଆଘାତ ପାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।
ଏହି ସ୍ମାରକପତ୍ର ମାଧ୍ୟମରେ ପ୍ରତିନିଧୀ ଦଳ କହିଛନ୍ତି ଯେ ଏହି କାର୍ଯ୍ୟରେ ସମ୍ପୃକ୍ତ ଟ୍ରଷ୍ଟ ଏବଂ ସରକାରୀ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ଏବଂ ଏକ (ସନାତନ ବୋର୍ଡ) ଗଠନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି। ଯେଉଁଥିରେ ଏହି ଟ୍ରଷ୍ଟ ଏବଂ ଅଧିଗ୍ରହିତ ମନ୍ଦିରଗୁଡ଼ିକର ପରିଚାଳନା ଭାର ନ୍ଯସ୍ତ ରହିବ।
.