ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ମଞ୍ଚରେ କାନ୍ଦିଲେ ଜୟ ଢୋଲକିଆ
ନୂଆପଡ଼ା,୬ /୧୧ : କୋମନାରେ ଆୟୋଜିତ ନିର୍ବାଚନୀ ସଭାରେ ଆଜି କୋମନାରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବୋଧନ ଦେଉଥିବାବେଳେ ପାଖରେ ଛିଡ଼ା ହୋଇଥିବା ଜୟ ଢୋଲକିଆ କଇଁ କଇଁ ହୋଇ କାନ୍ଦି ପକାଇଥିଲେ। ଜୟଙ୍କୁ ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ବେଇମାନ ପୁଅ ବୋଲି କହିଥିଲା। ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଥିବାବେଳେ ଏହା ଶୁଣି ଜୟଙ୍କ ଆଖିରେ ଲୁହ ଚାଲି ଆସିଥିଲା। ଏଭଳି ଦୃଶ୍ୟ ମଞ୍ଚରେ ଏକପ୍ରକାର ଭାବବିହ୍ବଳ ପରିବେଶ ସୃଷ୍ଟି କରିଥିଲା।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜୟଙ୍କୁ ବେଇମାନ ପୁଅ ବୋଲି କହିଥିଲେ। ଏହା ଉପରେ ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବରୁ ତାଙ୍କ ପାଟିରୁ କେବେ ଏଭଳି ଶବ୍ଦ ବାହାରିନାହିଁ। ତାଙ୍କୁ ବୋଧ ହୁଏ କେହି ସ୍କ୍ରିପ୍ଟ ଧରାଇ ଦେଇଥିଲେ। ସେଥିରେ ଯାହା ଲେଖାଯାଇଥିଲା ତାହାକୁ ସେ ପଢ଼ିଥିଲେ। ସେ ବେଇମାନର ଅର୍ଥ କ’ଣ ଜାଣି ନ ଥିବେ।
ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ଉଦ୍ୟାନବନ୍ଧରେ ରୋଡ ଶୋ’ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ସାମିଲ ହୋଇଥିଲେ। ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ଅନ୍ୟମାନେ ମଧ୍ୟ ରୋଡ ଶୋ’ରେ ସାମିଲ ହୋଇଛନ୍ତି।
ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ନୂଆପଡା ବ୍ଲକର ପଞ୍ଚମପୁରଠାରେ ଆୟୋଜିତ ସାଧାରଣ ସଭାରେ ପ୍ରଚାର କରିଛନ୍ତି। ନୂଆପଡ଼ା ନିର୍ବାଚନମଣ୍ଡଳୀ ଛତିଶଗଡ଼ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳ ଅଟେ। ଏହି ଅଞ୍ଚଳର ଅଧିକାଂଶ ଲୋକ ଛତିଶଗଡ ଉପରେ ନିର୍ଭରଶୀଳ ଅଟନ୍ତି। ତେଣୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଦ୍ୱାରା ନୂଆପଡା ଭୋଟରଙ୍କ ଉପରେ ପ୍ରଭାବ ପଡିବ ବୋଲି କୁହାଯାଉଛି।

Editor 


