ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ "ଗ୍ୟାଙ୍ଗସ୍ ଅଫ୍ ପୁରୀ ୨"

ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ "ଗ୍ୟାଙ୍ଗସ୍ ଅଫ୍ ପୁରୀ ୨"

ଭୁବନେଶ୍ୱର, ୧୬ /୭ : ଅଗ୍ରଣୀ ଓଡ଼ିଆ ମନୋରଞ୍ଜନଭିତ୍ତିକ ଓଟିଟି ପ୍ଳାଟଫର୍ମ "କଞ୍ଚାଲଙ୍କା" ଅତି ଉତ୍ସାହର ସହ ଘୋଷଣା କରୁଛି ବହୁ ପ୍ରତିକ୍ଷୀତ, ୱେବ ସିରିଜ "ଗ୍ୟାଙ୍ଗସ୍ ଅଫ୍ ପୁରୀ " ର ଦ୍ୱିତୀୟ ଭାଗ ବା ସିଜନ - ୨ l ଏହି ୱେବ ସିରିଜର ପ୍ରଥମ ଭାଗ ଯେଉଁ ପରି ସଫଳତା ଓ ଲୋକପ୍ରିୟତା ପାଇ ଥିଲା, ଦ୍ୱିତୀୟ ଭାଗ ତା ଠାରୁ ଅଧିକ ଉତ୍ସାହ, ଉଦ୍ଦୀପନା ସହିତ ଅଭିନୟ ଓ କାହାଣୀ ପରଷିବାର ଶୈଳୀରେ ଅଧିକ ରୋମାଞ୍ଚକର ହେବ ବୋଲି କଞ୍ଚାଲଙ୍କା ପରିବାର ତରଫରୁ ପ୍ରତିଶୃତିବଦ୍ଧ l

"ଗ୍ୟାଙ୍ଗସ୍ ଅଫ୍ ପୁରୀ" ର ନିର୍ମାତା ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ କୁହନ୍ତି : କୋଭିଡ ସମୟରେ ସାରା ସିନେମା ଜଗତ ସ୍ତବ୍ଧ ଥିଲା ବେଳେ ଆମେ ବ୍ୟୟ ବହୁଳ ୱେବ ସିରିଜ୍ 'ଗ୍ୟାଙ୍ଗସ୍ ଅଫ୍ ପୁରୀ' କୁ ପ୍ରସ୍ତୁତ କରିଥିଲୁ | ଖାଲି ଓଡ଼ିଶା ନୁହଁ,ସାରା ଭାରତ ବର୍ଷ ଓ ଭାରତ ବାହାରେ ରହୁଥିବା ଆମ ଦର୍ଶକ ମାନେ ଏହାକୁ ଦେଖି ବହୁତ ସାରା ଭଲ ପାଇବା ଓ ପ୍ରଶଂସା କରିଥିଲେ । ଦର୍ଶକ ମାନଙ୍କର ଭଲପାଇବା ଓ ଅନୁରୋଧ କ୍ରମେ ଆମେ ଏହାର ସିଜନ୍- ୨ ମାନେ "ଗ୍ୟାଙ୍ଗସ୍ ଅଫ୍ ପୁରୀ ୨" ପ୍ରସ୍ତୁତ କରିବା ପାଇଁ ପୁଣି ଏକାଠି ହୋଇଛୁ । ଆମର ଆଶା ଓ ଭରଷା ପୂର୍ବ ପରି ଆମର ଏହି ୱେବ ସିରିଜ୍ ଗ୍ୟାଙ୍ଗସ୍ ଅଫ୍ ପୁରୀ ୨ କୁ ମଧ୍ୟ ଅଧିକ ରୁ ଅଧିକ ଭଲ ପାଇବା ଓ ପ୍ରଶଂସା କରିବେ । 

କଞ୍ଚା ଲଙ୍କାର ସହ-ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଶ୍ରୀ ଅକ୍ଷୟ କୁମାର ପରିଜା କୁହନ୍ତି : କଞ୍ଚା ଲଙ୍କା ସବୁବେଳେ ଉଚ୍ଚମାନର ମନୋରଞ୍ଜନ ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ । ଯାହା ଆମ ଦର୍ଶକ ଚାହାନ୍ତି ଆମେ ସେ ସବୁ କରିବା ପାଇଁ ବାଧ୍ୟ । "ଗ୍ୟାଙ୍ଗସ୍ ଅଫ୍ ପୁରୀ" ଓଡିଆ ୱେବ୍ ସିରିଜ୍ ଆମ ସିନେମା ଜଗତ ପାଇଁ ଏକ ନୂତନ ମୋଡ ସୃଷ୍ଟି କରିଛି,ଯାହା ଆମେ କେବେବି ଭୁଲିପାରିବୁ ନାହିଁ | "ଗ୍ୟାଙ୍ଗସ୍ ଅଫ୍ ପୁରୀ" ରେ ଆମେ ଓଡିଶାର ସମୃଦ୍ଧ ସାଂସ୍କୃତିକ ଚିତ୍ର ଏବଂ ଆମର ସ୍ଥାନୀୟ କଳାକାରମାନଙ୍କ ଅବିଶ୍ୱସନୀୟ ପ୍ରତିଭା ଓ ଉଚ୍ଚମାନର ନିର୍ଦ୍ଦେଶନା କୁ ଆମ ଦର୍ଶକ ମାନଙ୍କୁ ବହୁ ମାତ୍ରାରେ ଆକର୍ଷିତ କରିଥିଲା । ଏହି ଆକର୍ଷିତ କୁ ଦୁଇଗୁଣିତ କରିବା ପାଇଁ ଆମେ ଏହାର ଦ୍ୱିତୀୟ ଭାଗ ମାନେ "ଗ୍ୟାଙ୍ଗସ୍ ଅଫ୍ ପୁରୀ ୨" କୁ ଆମ ଦର୍ଶକଙ୍କ ପାଖକୁ ଖୁବ ଶୀଘ୍ର ପହଞ୍ଚାଇବା ପାଇଁ ଯୋଜନା କରିଛୁ ।

 ଆମର ଆଶା ଓ ଆମ ଦର୍ଶକଙ୍କ ଉପରେ ଭରଷା ପୂର୍ବ ପରି ଗ୍ୟାଙ୍ଗସ୍ ଅଫ ପୁରୀ ୨ କୁ ବି ମଧ୍ୟ ତା ଠାରୁ ଅଧିକ ଭଲ ପାଇବା ଓ ପ୍ରଶଂସା କରିବେ ।

କଞ୍ଚାଲଙ୍କା ସମ୍ପର୍କରେ :

କଞ୍ଚାଲଙ୍କା ଓଡ଼ିଶାର ଅଗ୍ରଣୀ, ଓଡ଼ିଆ ମନୋରଞ୍ଜନଭିତ୍ତିକ ଓଟିଟି ପ୍ଳାଟଫର୍ମ l ବିଶ୍ଵବ୍ୟାପୀ ଦର୍ଶକମାନଙ୍କୁ ଉଚ୍ଚ ମାନର ଓଡ଼ିଆ କଣ୍ଟେଣ୍ଟ ପରଷିବା ପାଇଁ ସମର୍ପିତ l ସିନେମା, ୱେବ ସିରିଜ, କ୍ରୀଡା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରି ବିବିଧ ବିକଳ୍ପ ପାଇଁ ଏକ ପ୍ରମୁଖ ମାଧ୍ୟମ ' କଞ୍ଚା ଲଙ୍କା 'l ଓଡ଼ିଶାର ସମୃଦ୍ଧ ସଂସ୍କୃତିର ମହୋତ୍ସବ ' କଞ୍ଚା ଲଙ୍କା ' l l