ବାତ୍ୟା ମୋନ୍ଥାର ଆରମ୍ଭ ହେଲା ଲ୍ୟାଣ୍ଡଫଲ୍‌

ବାତ୍ୟା ମୋନ୍ଥାର ଆରମ୍ଭ ହେଲା ଲ୍ୟାଣ୍ଡଫଲ୍‌

ଭୁବନେଶ୍ୱର,୨୮/୧୦ : ଆରମ୍ଭ ହେଲା ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ । ଲ୍ୟାଣ୍ଡଫଲ୍ ଆରମ୍ଭ ହେଉହେଉ ସାମାନ୍ୟ ଦକ୍ଷିଣକୁ ବୁଲିଗଲା ବାତ୍ୟା। ଆନ୍ଧ୍ରପ୍ରଦେଶ କାକିନାଡା ପରିବର୍ତ୍ତେ ମଚ୍ଛଲିପଟନରେ ମାଡ଼ ହେବାକୁ ଯାଉଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୪ରୁ ୫ଘଣ୍ଟା ରହିବ ବୋଲି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଇଏମଡି ଡିଜି ସୂଚନା ଦେଇଛନ୍ତି। ଏହି ପ୍ରକ୍ରିୟା ମଧ୍ୟରାତ୍ରୀ ଯାଏ ରହିବ। ୧୨ଟା ଯାଏଁ ଏହି ପ୍ରକ୍ରିୟା ରହିବ। ଘଣ୍ଟାପ୍ରତି ୧୫ କିମି ବେଗରେ ଆସୁଛି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ରହିପାରେ ।

ସୂଚନା ଅନୁସାରେ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ବିଭିନ୍ନ ଜିଲ୍ଲାରେ ପବନର ବେଗ ୬୦ରୁ ୬୫ କିମି ରହିଛି। ତେବେ ଆଉ କିଛି ସମୟ ପରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କେବଳ ଆଜି ନୁହେଁ ଆସନ୍ତାକାଲି ମଧ୍ୟ ପୂରା ଓଡ଼ିଶାରେ ପ୍ରବଳ ବର୍ଷା ହେବ। ରେଡ ଆଲର୍ଟ ଜିଲ୍ଲାରେ ବର୍ଷା ସହ ପବନ ମଧ୍ୟ ଜୋରରେ ବହିବ।