ରାଜଧାନୀ ସଂଗ୍ରାମୀ ସେବାସଙ୍ଘର ୯ମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ରାଜଧାନୀ ସଂଗ୍ରାମୀ ସେବାସଙ୍ଘର ୯ମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଭୁବନେଶ୍ୱର,୨୨/୧୨ : ରାଜଧାନୀ ସଂଗ୍ରାମୀ ସେବାସଙ୍ଘର ନବମ ପ୍ରତିଷ୍ଠା ଦିବସ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମାଜର ଅସହାୟ କର୍କଟ ପୀଡ଼ିତଙ୍କ ଉଦ୍ଦେଶ୍ୟରେ ବାପୁଓଝାଙ୍କ ଦ୍ଵାରା ପ୍ରତିଷ୍ଠା କରାଯାଇଥିବା ସମାଜମଙ୍ଗଳ ହୁଣ୍ଡି ଭାଙ୍ଗି ସେଥିରୁ ଆଦାୟ ମୋଟ ୩୫ହଜାର ୨୦ଟଙ୍କା ଅର୍ଥ ରାଶି ଭୁବନେଶ୍ୱର କଳ୍ପନା ଅଞ୍ଚଳର ନ ବର୍ଷର କର୍କଟ ପୀଡ଼ିତା ସ୍ୱାଲେହା ଆଞ୍ଜୁମଙ୍କୁ ପ୍ରଦାନ କରାଯାଇଛି ।

ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସ୍ୱାସ୍ଥ୍ୟ ଭରସା ସମିତିର ଲୋକସମ୍ପର୍କ ଅଧିକାରୀ ଡ଼ଃ ଉମାକାନ୍ତ ମହାପାତ୍ର ଯୋଗଦେଇଥିଲେ । ମୁଖ୍ୟବକ୍ତାଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଯୋଗଦେଇଥିବାବେକେ ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ, ଏସପି ବିଷ୍ଣୁ ପ୍ରସାଦ ପାତ୍ର, କର୍ପୋରେଟର ଅମରେଶ ଜେନା, ମହିଳା ଉଦ୍ୟୋଗୀ ସୃଷ୍ଟି ସୋମେନ, ସମାଜସେବୀ ବନ୍ଦନା ହରିଚନ୍ଦନ, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ପ୍ରମୁଖ ଯୋଗଦେଇଥିଲେ ।

ସଂଗଠନର ବିବରଣୀ ପାଠ କରିଥିଲେ ସଂଘ ସଭାପତି ଧୀରେନ ଶଙ୍କର ଦାସ, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂଘ ପ୍ରତିଷ୍ଠାତା ବାପୁଓଝା, ଧନ୍ୟବାଦ ଅର୍ପଣ କରିଥିଲେ ସଂଘ ଉପସଭାପତି ଡେଜି ଶତପଥୀ । ତନ୍ମୟ ସାମନ୍ତରାୟ, ସତ୍ୟବ୍ରତ ଜେନା, ଦେଵବ୍ରତ ମେର୍କାପ, ପ୍ରାଚୁର୍ଯ୍ୟା ଦାସ, ପ୍ରତାପ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଭୁବନେଶ୍ୱର ବିଭିନ୍ନ କ୍ଷେତ୍ରରେ ସୁନାମର୍ଜନ କରିଥିବା ବିଭିନ୍ନ ବ୍ୟକ୍ତିବିଶେଷମାନଙ୍କୁ ରାଜଧାନୀ ଭୁବନେଶ୍ବର ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା ।