ମହିଳା ଦୃଷ୍ଟିବାଧିତ ବିଜେତା ଦଳକୁ ଶୁଭେଚ୍ଛା ଜଣାଇଲେ ଡଃ ତିରୁପତି ପାଣିଗ୍ରାହୀ

ମହିଳା ଦୃଷ୍ଟିବାଧିତ ବିଜେତା ଦଳକୁ ଶୁଭେଚ୍ଛା ଜଣାଇଲେ ଡଃ ତିରୁପତି ପାଣିଗ୍ରାହୀ

ଭୁବନେଶ୍ବର, ୨୪/୧ : ହାଇଟେକ୍ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପରିସରସ୍ଥ ଖେଳ ପଡ଼ିଆଠାରେ ଜାତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ ଟି-୨୦ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚରେ ଓଡ଼ିଶା ଚମ୍ପିଆନ୍ ଟ୍ରଫି ହାସଲ କରିଛି । ଫାଇନାଲରେ ଓଡ଼ିଶା ୩୨ରନ୍‌ରେ ମଧ୍ୟପ୍ରଦେଶକୁ ହରାଇ ବିଜେତା ହୋଇଛି ।

 ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ, ହାଇଟେକ୍ ଗ୍ରୁପ୍ ଟ୍ରଷ୍ଟି ଡ. ରାକେଶ କୁମାର ପାଣିଗ୍ରାହୀ, ଟ୍ରଷ୍ଟି ବିଶ୍ୱଜିତ୍ ପାଣିଗ୍ରାହୀ, ଜିନ୍ଦଲ ଫାଉଣ୍ଡେସନ୍ ସିଏସ୍‌ଆର ମୁଖ୍ୟ ରିଷି ପଠାନିଆ, ଭାରତୀୟ ଦୃଷ୍‌ଟିବାଧିତ କ୍ରିକେଟ ସଂଘ ସଭାପତି ବୁମେ ଗୌଡ, ଶୈଳେନ୍ଦ୍ର ଯାଦବ, ମହିଳା ଓ ଶିଶୁ ବିକାଶ ଅଧ୍ୟକ୍ଷା ମେଜର ଡ. କଳ୍ପନା ଦାସ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଉପଶସନ ସଚିବ ବସନ୍ତ ବେହେରା, ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ ସଂଘ ସଭାପତି ମହମ୍ମଦ ଜାଫର ଇକ୍‌ବାଲ ଯୋଗଦେଇ ଚମ୍ପିଆନ୍‌ ଓ ରନସ୍‌ଅପ୍ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ବିଜେତା ଦଳକୁ ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ଦିନରୁ ମହିଳା କ୍ରିକେଟ ପ୍ରତିଯୋଗୀମାନଙ୍କୁ ହାଇଟେକ୍ ସାହାଯ୍ୟ ସହଯୋଗର ହାତ ବଢାଇବା ସହିତ ଆଗାମୀ ଦିନରେ ଏହାକୁ ଜାରି ରଖିବ ବୋଲି ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ କହିଛନ୍ତି । ସେହିପରି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ବିଜେତା ଓଡ଼ିଶା ଦଳକୁ ବହୁ ଶୁଭେଚ୍ଛା ଜଣାଇଛନ୍ତି ।