ପିସିସି ପକ୍ଷରୁ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଜୟନ୍ତୀ ପାଳିତ

ପିସିସି ପକ୍ଷରୁ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର, ୧୪/୧୧ : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଜୟନ୍ତୀ ଉତ୍ସବ କଂଗ୍ରେସ ଭବନ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ କଂଗ୍ରେସ ନେତୃ ବୃନ୍ଦ ମାଷ୍ଟରକ୍ୟାଂଟିନ ଛକ ସ୍ଥିତ ନେହେରୁ ପାର୍କରେ ଥିବା ପଣ୍ଡିତ ଜବାହର ଲାଲ ନେହେରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ପରେ କଂଗ୍ରେସ ଭବନ ପରିସରରେ ଥିବା ପଣ୍ଡିତ ନେହେରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ଶୁଭେନ୍ଦୁ ମହାନ୍ତି, କିଶୋର ଜେନା, ଦେବାଶିଷ ପଟ୍ଟନାୟକ, ପ୍ରକାଶ ଜେନା, କୃଷ୍ଣଚନ୍ଦ୍ର ଶଗରିଆ, ଚିନ୍ମୟ ପ୍ରସାଦ ବେହୁରା, ଚିନ୍ମୟସୁନ୍ଦର ଦାସ, ଅମୀୟ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଲିଙ୍ଗରାଜ ସାହୁ, ଜୟଶ୍ରୀ ପଟ୍ଟନାୟକ, ସୁଶାନ୍ତ ତ୍ରିପାଠୀ, ସିପ୍ରାମଲ୍ଲିକ, ପ୍ରକାଶମିଶ୍ର, ତରୁଣମିଶ୍ର, ସଂଜୟ ମିଶ୍ର, ପ୍ରଣତୀ ମିଶ୍ର, ମାନସ ଆଚାର୍ଯ୍ୟ, ମନୋରଞ୍ଜନ ରାଉତରାୟ, ଭାସ୍କରସେଠୀ, ସୁଧାଂଶୁ ଶେଖର ମହାନ୍ତି, ଜ୍ୟୋତିଷ ସାହୁ, ଏମଡି ସାହା ଦୁଲ୍ଲା, ଶଶିଭୂଷଣ ପଣ୍ଡା, ହଳଧର ସେଠୀ, ଅଶୋକ ଦାସ, ଆଲୋକ ମହାନ୍ତି, ଦେବାଶିଷ ମହାପାତ୍ର, ନଜିବୁର ରହମନ ଖାଁ, ମିହିର ଆଚାର୍ଯ୍ୟ, ଅକ୍ଷୟ ମୁଦୁଲି, ତାପସ ସେଠୀ, ରଞ୍ଜନ ଭୋଇ, ଅଭୟ ଜେନା, କୁଳମଣି ସାହୁ, ବସନ୍ତ ପଣ୍ଡା, ପ୍ରଭାତ ପ୍ରତାପ ସିଂ, ପ୍ରଶନ୍ନ ପାଇକରାୟ, ଖଗେଶ୍ୱର ମଲ୍ଲିକ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।