କୋଠଘର ପ୍ରକାଶନୀ ପକ୍ଷରୁ ଶାନ୍ତିଲତା ପଲାଇଙ୍କ ଦୁଇଟି ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର,୩/୭ : ପବିତ୍ର ରଥଯାତ୍ରା ପାଳନ ଅବସରରେ କୋଠଘର ଆମ ସାହିତ୍ୟ ପରିବାର ପ୍ରତିଷ୍ଠାତା, ସମ୍ପାଦିକା, ପ୍ରକାଶିକା ଅମ୍ବିକା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବୁଦ୍ଧ ମନ୍ଦିର ସଭାକକ୍ଷରେ ଲେଖିକା ଶାନ୍ତିଲତା ପଲାଇଙ୍କ ଦୁଇଟି ପୁସ୍ତକ କବିତା ସଂକଳନ "ମାଟି ମୋର ସ୍ବର୍ଗ" ଗଳ୍ପ ସଂକଳନ ଅଦୃଷ୍ଟ ପ୍ରାରବ୍ଧ ଅତିଥିଙ୍କ କରକମଳରେ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାରସ୍ଵତ ସଭାରେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ବରେଣ୍ୟ ମୁଖ୍ୟ ଅତିଥି ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡ଼.ଦେବୀ ପ୍ରସନ୍ନ ପଟ୍ଟନାୟକ ।
ଅନ୍ୟତମ ଅତିଥି ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ସମ୍ମାନିତ ଅତିଥି ବିଶିଷ୍ଟ ଲେଖିକା ସବିତା ରାଣୀ ବେହେରା ଲୋକାର୍ପିତ ପୁସ୍ତକ ବିଷୟରେ ନିଜର ସମୀକ୍ଷା ମୂଳକ ଅଭିଭାଷଣ ପ୍ରଦାନ କରିଥିଲେ। ବିଶିଷ୍ଟ ଉପସ୍ଥାପକ ଭାଷା ବିଜ୍ଞାନୀ କୋଠଘର ଯୁଗ୍ମ ସମ୍ପାଦକ ଡ.ଦେବାଶିଷ ମହାପାତ୍ର ମଞ୍ଚ ପରିଚାଳନା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।। ଶାନ୍ତିଲତା ପଲାଇ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଉନ୍ମୋଚିତ ପୁସ୍ତକରୁ କବିତା ପାଠ କରିଥିଲେ, ଗୋଲକ ବିହାରୀ ନାୟକ, ପୂର୍ଣ୍ଣ ନନ୍ଦ ମହାନ୍ତି, ଚମକ ଚାନ୍ଦିନୀ ଦାଶ, ଡଃ ସୁଚେତା ରାଉତ, ଶଶୀପ୍ରଭା ଦାସ, ପ୍ରମୁଖ କବିତା ପାଠ କରିଥିଲେ । ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରାଇଥିଲେ । ଶେଷରେ ଶ୍ରୀମତୀ ପଲାଇଙ୍କ ବଡ ଝିଅ ଶ୍ରଦ୍ଧାଞ୍ଜଳି ପ୍ରିୟମ୍ବଦା ଧନ୍ୟବାଦ ଅର୍ପଣ କରିଥିଲେ ।