ଜୁଲାଇ ୧୨ ତାରିଖରେ ମୁମ୍ୱାଇରୁ ଓଡ଼ିଶା ଫେରିବେ ନବୀନ ପଟ୍ଟନାୟକ

ଜୁଲାଇ ୧୨ ତାରିଖରେ ମୁମ୍ୱାଇରୁ ଓଡ଼ିଶା ଫେରିବେ ନବୀନ ପଟ୍ଟନାୟକ

ଭୁବନେଶ୍ବର, ୧୦/୭ : ଆଉ ଗୋଟିଏ ଦିନ ପରେ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସୁସ୍ଥ ହୋଇ ନିଜ କର୍ମକ୍ଷେତ୍ରକୁ ଫେରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଜୁଲାଇ ୧୨ ତାରିଖ ଦିନ ଓଡ଼ିଶା ଫେରିବେ ନବୀନ। ଦିନ ୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ତେବେ ଚିକିତ୍ସା ପାଇଁ ଜୁନ୍ ୨୦ ତାରିଖରେ ମୁମ୍ୱାଇ ଯାଇଥିଲେ ନବୀନ।

ଏହାପରେ ଜୁନ୍ ୨୪ରେ ହୋଇଥିଲା ନବୀନଙ୍କ ଅସ୍ତ୍ରୋପଚାର। ଜୁଲାଇ ୭ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ନବୀନ। ହେଲେ ସେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଓଡ଼ିଶା ଫେରିନଥିଲେ। କିନ୍ତୁ ନବୀନ ଆଉ ଗୋଟିଏ ଦିନ ପରେ ଓଡ଼ିଶା ଫେରିବେ ବୋଲି ସୂଚନା ମିଳିଛି।