ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ ମଜୁମଦାର
ଭୁବନେଶ୍ବର, ୨୫/୧୦ : ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ ମଜୁମଦାର । ଭୁବନେଶ୍ୱର: ଭେଣ୍ଟିଲେଟରରୁ ବାହାରିଲେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଦୀନ ଦିନ ହେବ ସେ ଗୁରୁତର ହୋଇ ଏମ୍ସ ଭେଣ୍ଟିଲେଟରରେ ଥିଲେ। ଏବେ କିନ୍ତୁ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି। କିନ୍ତୁ ଅଭିଜିତଙ୍କ ମସ୍ତିସ୍କ ଏବେ ବି କାମ କରୁନି। ଏବେ ବି ସେ କୋମାରେ ରହିଛନ୍ତି ।
ପ୍ରକାଶ ଯେ, ଗଣେଶ ପୂଜା ସମୟରେ ସଙ୍ଗୀତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସମସ୍ୟା ଅନୁଭବ କରିବା ପରେ ଅଭିଜିତ୍ଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟ ଏକ ଘରୋଇ ହସ୍ପିଟାଲର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ସେପ୍ଟେମ୍ବର ୪ରେ ତାଙ୍କୁ ଏମ୍ସ-ଭୁବନେଶ୍ୱରକୁ ରେଫର କରାଯାଇଥିଲା ।

Editor 


