ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ

ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ

ଭୁବନେଶ୍ବର, ୧୦/୭ : ଗିରଫ ହୋଇଛନ୍ତି ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ। ଏକ ଜାମିନବିହୀନ ଗିରଫ ପରୱାନା (ଘଈଡ) ଆଧାରରେ ତାଙ୍କୁ ଆଜି ଗିରଫ କରିଛି ଭୁବନେଶ୍ୱରର ବଡଗଡ଼ ଥାନା ପୁଲିସ।

ପାର୍ଥଙ୍କ ନାଁରେ ହତ୍ୟା ଧମକ ଓ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ୍ କରିବା ଭଳି ଅଭିଯୋଗ ରହିଛି। ଦୀର୍ଘ ଦିନ ହେବ ତାଙ୍କ ନାଁରେ ଭୁବନେଶ୍ୱରର ଖାରବେଳ ନଗରରେ ଏହି ମାମଲା ରହିଛି। ଭୁବନେଶ୍ୱର ଜେଏମ୍‌ଏଫସି କୋର୍ଟଙ୍କ ପକ୍ଷରୁ ବାରମ୍ବାର ନୋଟିସ ଦିଆଯିବା ସତ୍ତ୍ୱେ ସେ କୋର୍ଟରେ ହାଜର ହେଉ ନଥିଲେ। ସେଥିପାଇଁ କୋର୍ଟ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଥିଲେ। ତା’ ଆଧାରରେ ବଡ଼ଗଡ଼ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।