ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଶିକ୍ଷା ଅନୁଷ୍ଠାନରେ ଗୁରୁ ଦିବସ ଅନୁଷ୍ଠିତ
ନୟାଗଡ଼,୫/୯ : ନୂଆଗାଁ ବ୍ଲକର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଆଜି ଗୁରୁ ଦିବସ ଅନୁଷ୍ଠିତ ହୋଇଯାଇଛି । ଡ଼. ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିବସ ଉଦ୍ଦେଶ୍ୟରେ ଗୁରୁ ଦିବସ ପ୍ରତେକ ବର୍ଷ ସେପ୍ଟେମ୍ବର ୫ତାରିଖରେ ପାଳନ ହୋଇଥାଏ । ନୂଆଗାଁ ସଦର ମହକୁମାରେ ଥିବା ପ୍ରାଇମେରୀ ସ୍କୁଲ, ସରକାରୀ ଉଚ୍ଚ ବିଦ୍ୟାଳୟ, ବାଳିକା ବିଦ୍ୟାଳୟରେ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି ।
ସେହିପରି ଆଦର୍ଶ କମ୍ପ୍ୟୁଟର ନୂଆଗାଁ ପରିସରରେ ମଧ୍ୟ ଗୁରୁ ଦିବସ ପାଳନ ହୋଇଯାଇଛି । ସେହିପରି ଚିନ୍ତାମଣୀ ବିଦ୍ୟାପୀଠ ସଂପଡା ମଧ୍ୟରେ ଆଜି ଗୁରୁ ଦିବସ ଏକ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଛି । ଗୁରୁ ଦିବସ ଅବସରରେ ଚଳିତ ବର୍ଷ ଦଶମ ପରୀକ୍ଷାରେ ପ୍ରଥମ ହୋଇଥିବା ଚିନ୍ତାମଣି ବିଦ୍ୟାପୀଠର କୃତୀ ଛାତ୍ରୀ ନିରୀକ୍ଷା ନିବେଦିତା ଗୋପବନ୍ଧୁ ସ୍ମୃତି ସାହିତ୍ୟ ପୁରସ୍କାର ପାଇଛନ୍ତି । ଏହା ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପରିଡ଼ା ପ୍ରଦାନ କରିଛନ୍ତି।

Editor 


