ରାଉରକେଲାର ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ କଂଗ୍ରେସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ

ରାଉରକେଲା, ୨୭/୯ : ସହରରେ ଗତ କିଛି ମଧ୍ଯରେ ଦୁଇଟି ନାବାଳିକାଙ୍କୁ ଗଣ ଦୁଷ୍କର୍ମ, ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ, ପୋଲିସ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ ପରେ ଛେଣ୍ଡ ପେଟ୍ରୋଲ ପମ୍ପ ପଛ ପଟରେ ଜଣେ ଯୁବକକୁ ହତ୍ଯା ଓ ଅନ୍ୟ ଜଣେ ଆହତ ହୋଇ ଚିକିତ୍ସିତ ହେଉଥିବା ଘଟଣାକୁ ନେଇ ଆଜି ରାଉରକେଲା କଂଗ୍ରେସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତଥା ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ଦେଇଛନ୍ତି।
ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ରାଉରକେଲା ସହରରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହେବା ସହିତ ଚୋରୀ, ଡକାୟତି, ଡ୍ରଗ୍ସ କାରବାର, ଅସାମାଜିକଙ୍କ ଦୌରାତ୍ମ୍ଯ, ବେଆଇନ ସ୍କ୍ରାପ୍ ଓ ସଟ୍ଟା ବେପାର ବୃଦ୍ଧି ପାଇଛି । ସପ୍ତାହରେ ଦୁଇଟି ଗଣଦୁଷ୍କର୍ମ ଓ ନରହତ୍ୟା ଭଳି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଜଣେ ମହିଳା କନଷ୍ଟେବଳ ଥାନାରେ ଥାନା ଅଧିକାରୀଙ୍କ ଦ୍ବାରା ଅସଦାଚରଣର ଶିକାର ହେବା ଲୋକଲୋଚନକୁ ଆସିଛି। ରାଉରକେଲା ସହରର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସୁନିୟନ୍ତ୍ରିତ ଓ ସୁବ୍ଯବସ୍ଥିତ କରିବା ଦିଗରେ ପଦକ୍ଷେପ ନେବାକୁ ଏଥିରେ ଦାବି କରାଯାଇଛି ।
କଂଗ୍ରେସର ଏହି ପ୍ରତିନିଧି ମଣ୍ଡଳୀରେ ରବି ରାୟ, ସବୀର ହୁସେନ, ଞ୍କାନେନ୍ଦ୍ର ଦାସ, ସରୋଜ ଲେଙ୍କା, ବ୍ରଜବନ୍ଧୁ ତ୍ରୀପାଠୀ, ତୁଷାରକାନ୍ତ ଧଳ, ବିଶ୍ବନାଥ ବାରିକ, ଅନୀଲ ବିଶୋଇ, ଶେଖ ଫିରଦୋସ୍, ଏ ମହାନ୍ତିଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ।