ଜୀ-ସାର୍ଥକରେ ଦେଖନ୍ତୁ ନୂଆ ଚଳଚିତ୍ର 'ବୋହୂ ୪୨୦' ର ୱାର୍ଲଡ ଟିଭି ପ୍ରିମିୟର ଆସନ୍ତା ୩୦ ନଭେମ୍ବର ସନ୍ଧ୍ୟା ୬:୩୦ରେ

ଜୀ-ସାର୍ଥକରେ ଦେଖନ୍ତୁ ନୂଆ ଚଳଚିତ୍ର 'ବୋହୂ ୪୨୦' ର ୱାର୍ଲଡ ଟିଭି ପ୍ରିମିୟର ଆସନ୍ତା ୩୦ ନଭେମ୍ବର ସନ୍ଧ୍ୟା ୬:୩୦ରେ

ଭୁବନେଶ୍ବର, ୨୫/୧୧ : ଜୀ ସାର୍ଥକର ଫିଲ୍ମ 'ବୋହୂ ୪୨୦' ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରେ ୱାର୍ଲଡ ଟିଭି ପ୍ରିମିୟର ହେବାକୁ ଯାଉଛି। ଆଦି ଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ, ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁଙ୍କ ଦ୍ୱାରା ନିର୍ମିତ ଏବଂ ରାଶେସ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟିରେ ସସପେନ୍ସ , ଥ୍ରୀଲର ସହ ସାମାଜିକ ପ୍ରାସଙ୍ଗିକତାର ଏକ ଆକର୍ଷଣୀୟ ମିଶ୍ରଣ ରହିଛି । 'ବୋହୂ ୪୨୦' ହେଉଛି କସ୍ତୁରୀ ନାମକ ଏକ ଝିଅର ରୋମାଞ୍ଚକର ଜୀବନ ଯାତ୍ରା ଉପରେ କାହାଣୀ, ଜଣେ ବଧୂ ଯିଏ ବାରମ୍ବାର ମିଛ ବିବାହ କରି ନିଜ ଶ୍ୱଶୁରଘର ଲୋକଙ୍କୁ ଚକମା ଦେଇ ଘର ଲୁଟିବା ପରେ କେଉଁ ଆଡ଼େ ଅଦୃଶ୍ୟ ହୋଇଯାଏ। ଏପରି ସମାନ ମାମଲା ବାରମ୍ବାର ସାମ୍ନାକୁ ଆସିବା ପରେ, ଇନ୍ସପେକ୍ଟର ପୁଟିବାବୁ ଏବଂ କ୍ରାଇମବ୍ରାଞ୍ଚ ଅଧିକାରୀ ରେଖା ସୁବୁଦ୍ଧି ଅପରାଧ ପଛରେ ଏକମାତ୍ର ମାଷ୍ଟରମାଇଣ୍ଡଙ୍କୁ ସନ୍ଦେହ କରନ୍ତି। କାହାଣୀରେ ଆସେ ବାରମ୍ବାର ନୂଆ ନୂଆ ପରିବର୍ତନ ତେବେ କସ୍ତୁରୀ କଣ ଧରା ପଡେ ? ତେବେ କାହିଁକି ଏପରି ରାସ୍ତା ବାଛିଛି କସ୍ତୁରୀ, ଏମିତି କେଉଁ ଘଟଣା ତାକୁ ବାଧ୍ୟ କରୁଛି ଏପରି କରିବାକୁ, ଯାହା ଜଣା ପଡେ ଫିଲ୍ମର ଶେଷରେ । 

ଫିଲ୍ମରେ ନିକିତା ମିଶ୍ର ଏବଂ ଜ୍ୟୋତି ପ୍ରକାଶ ପଣ୍ଡା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ପୁଷ୍ପା ପରିଡା, ସତ୍ୟ ରଂଜନ ବଳ ଏବଂ ଉମାକାନ୍ତ ନାୟକଙ୍କ ଲିଖିତ ଗୀତ ଗୁଡିକୁ ସଙ୍ଗୀତରେ ସଜାଇଛନ୍ତି ଶାନ୍ତନୁ ନାୟକ ଓ କଣ୍ଠ ଦାନ କରିଛନ୍ତି ଚିରାଗଦୀପ, ଅଭିଜିତ୍, ଗୀତିଶ୍ରୀ, ପ୍ରିୟମ୍ବଦା ଓ ଅରୁତୋଷ । କାହାଣୀ ଲେଖିଛନ୍ତି ପ୍ରିୟବ୍ରତ ପଣ୍ଡା । ପୂର୍ବରୁ ଜୀ ସାର୍ଥକର ବୋହୂ ସିରିଜର ପ୍ରତ୍ୟେକଟି ଫିଲ୍ମକୁ ମିଳିଛି ଦର୍ଶକଙ୍କ ଆଦୃତି, ଯଥା - ବୋହୁ ଆମର ମାଟ୍ରିକ ଫେଲ, ସୁନାନାକୀ ବୋହୁ, ବୋହୁକୁ ଲାଗିଛି ରିଲସ ଭୁତ। ଆମର ଦୃଢ ଆଶା ଯେ 'ବୋହୁ ୪୨୦' ମଧ୍ୟ ଆପଣଙ୍କୁ ଓ ଆପଣଙ୍କ ପୁରା ପରିବାରକୁ ମନୋରଞ୍ଜନ ଖୋରାକ ଯୋଗାଇବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ ।