ରାକ୍ଷୀ ପୂର୍ଣ୍ଣିମାରେ ମୁକ୍ତିଲାଭ କଲା ନୂଆ ମ୍ୟୁଜିକ ଭିଡିଓ " ତୋ ରାକ୍ଷୀ ପାଉଣା କରିବିନି ଉଣା"

ରାକ୍ଷୀ ପୂର୍ଣ୍ଣିମାରେ ମୁକ୍ତିଲାଭ କଲା ନୂଆ ମ୍ୟୁଜିକ ଭିଡିଓ  " ତୋ ରାକ୍ଷୀ ପାଉଣା କରିବିନି ଉଣା"

ଭୁବନେଶ୍ବର,୧୯/୮ :  ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶଙ୍କର କ୍ରିଏସନ୍ ଦ୍ବାରା ରିଲିଜ ହେଲା ଏକ ରାକ୍ଷୀ ଭିଡିଓ "ତୋ ରାକ୍ଷୀ ପାଉଣା କରିବିନି ଊଣା " ଯେଉଁ ଭିଡିଓ ଟିକୁ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ବାବୁ ବାବୁ । ଏହି ଭିଡିଓ ଟି ରିଲିଜ୍ ସମୟରେ ମୁଖ୍ୟ ଅତିଥି ଭାବେ ପ୍ରଯୋଜକ ପ୍ରଣୟ ଜେଠୀ, ସମାଜସେବୀ ବୁଲନ୍ ଭାଇ ସମେତ ନିର୍ଦ୍ଦେଶକ ବାବୁ ବାବୁ ଓ ଗୀତ ଟିର ପ୍ରଯୋଜକ ଓ ଅଭିନେତା ସୁଶିଲ କୁମାର ସ୍ବାଇଁ, ଶିଶୁ କଳାକାର ଶ୍ରେୟା ଉପସ୍ଥିତ ରହି ଗୀତ ଟିର ସିଡ଼ି ଉନ୍ମୋଚନ କରିଥିଲେ ।

ସେହିପରି ନିର୍ଦ୍ଦେଶକ ବାବୁ ବାବୁ ଏବେ ଦର୍ଶକମାନଙ୍କୁ ବେଶ୍ ସୁନ୍ଦର ସୁନ୍ଦର ମ୍ୟୁଜିକ୍ ଭିଡିଓ ଦେଉଥିବା ବେଳେ ଏହି ରାକ୍ଷୀ ଗୀତ ଟି ଖାଲି ରାକ୍ଷୀ ସମୟରେ ନୁହେଁ ବରଂ ସବୁ ସମୟରେ ଭାଇ ଭଉଣୀମାନଙ୍କ ଭିତରେ ଏକ ଭଲପାଇବା ର ଉଦାହରଣ ସୃଷ୍ଟି କରିବ ।