ପରଲୋକରେ ବଲିଉଡ଼ର ହି-ମ୍ୟାନ୍
ମୁମ୍ବାଇ,୨୪/୧୧ : ପରଲୋକରେ ବଲିଉଡ଼ର ହି-ମ୍ୟାନ୍ ଧର୍ମେନ୍ଦ୍ର। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିବାବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗୁଜବ ହୋଇଥିଲା। ହେଲେ ପରିବାର ଲୋକେ ସେ ଜୀବିତ ଥିବା ସ୍ପଷ୍ଟ କରିଥିଲେ। ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଘରକୁ ଅଣାଯାଇଥିଲା। ଘରେ କିଛିଦିନ ପରିବାର ଲୋକଙ୍କ ସହିତ ସମୟ ବିତାଇବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି।
ଧର୍ମେନ୍ଦ୍ର ହିନ୍ଦୀ ସିନେମାର ସବୁଠାରୁ ସମ୍ମାନିତ ଏବଂ ଲୋକପ୍ରିୟ ତାରକାମାନଙ୍କ ମଧ୍ୟରୁ ଜଣେ ଥିଲେ। ସାତ ଦଶନ୍ଧିର କ୍ୟାରିଅରରେ, ସେ ୩୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରେ "ଶୋଲେ", "ଚୁପକେ ଚୁପକେ", "ସୀତା ଔର ଗୀତା" ଏବଂ "ଧରମ ବୀର" ଭଳି ସୁପରହିଟ୍ ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ।

Editor 


