ଖୁଣ୍ଟା ଲ୍ୟାମ୍ପସ ପକ୍ଷରୁ ଧାନ ମଣ୍ଡି ଉଦଘାଟିତ ; ସହଜ ଓ ସରଳ ଉପାୟରେ ଧାନ କିଣା ଉପରେ ଗୁରୁତ୍ୱ ଦେଲେ ବିଧାୟକ

ଖୁଣ୍ଟା, ୩୧/୧୨ : ଖୁଣ୍ଟା ଲ୍ୟାମ୍ପସ ପକ୍ଷରୁ ଧାନ ବିକ୍ରୟ ପାଇଁ ସରକାରୀ ମଣ୍ଡି ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢ଼େଇ ଯୋଗଦେଇ ମଣ୍ଡିକୁ ଉଦଘାଟନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଓମ ପ୍ରକାଶ ମହାନ୍ତି, ଏଆରସିଏସ ସାଶ୍ଵତୀ ମହାନ୍ତି, ଏସିଏସ୍ଓ ରୀନାମଣି ମହାପାତ୍ର, ସମିତି ସଭ୍ୟ ରଞ୍ଜନ ମହାନ୍ତି, ଲାମ୍ପ୍ସ ଏମଡ଼ି ରଶ୍ମିତା ବେହେରା, ଆରଏମସି କର୍ମଚ଼ାରୀ ସତ୍ୟନାରାୟଣ ରାଉତ ଓ ବିଏମ ତାପସ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମଢ଼େଇ ଚଳିତ ଥର କୃଷକମାନେ ଧାନର ମୂଲ୍ୟ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ଇନପୁଟ ସହାୟତା ରାଶି ୮ଶହକୁ ମିଶାଇ ୩୧ଶହ ଟଙ୍କା ପାଇପାରିବେ । ଯାହାଦ୍ୱାରା କୃଷକ ପରିବାର ଉପପକୃତ ହୋଇପାରିବେ । କିଭଳି ଭାବେ ଜଣେ ଚାଷୀ ସହଜ ଓ ସରଳ ଉପାୟରେ ଧାନ ବିକ୍ରି କରିପାରିବ ସେଥିପ୍ରତି ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ଏଥିପାଇଁ ସୁସ୍ଥ ବାତାବରଣ ଓ ସମସ୍ତଙ୍କର ସହୋଯଗ କାମନା କରିଥିଲେ । ସେହିପରି ଉକ୍ତ ସଭାରେ ଉପସ୍ଥିତ ଥିବା ଚାଷୀମାନଙ୍କୁ ବିକ୍ରି ସମୟରେ ଧାନର ମାନ ଉପରେ ଗୁରୁତ୍ବ ଦେବା ପାଇଁ ପରାମର୍ଶ ଦେଇଥିଲେ ବିଧାୟକ ।
ଟୋକନ ପାଇବାର ୧ମାସ ମଧ୍ୟରେ ଓ ଅଖାବୁରା ମାଧ୍ୟମରେ ଧାନ ଦେବା ପାଇଁ ଅନ୍ୟ ଅତିଥିମାନେ ପରାମର୍ଶ ଦେଇଥିଲେ । ଧାନ ବିକ୍ରି ସମୟରେ ଚାଷୀମାନେ ଭୋଗୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସଭାରେ ଆଲୋଚନା କରିଥିଲେ । ଲାମ୍ପସ ପକ୍ଷରୁ ପଞ୍ଜିକୃତ ଚାଷୀ ସପ୍ତାହର ୩ଦିନ ଅର୍ଥାତ ସୋମବାର, ମଙ୍ଗଳବାର ଓ ବୁଧବାର ମାନଙ୍କରେ ବିକ୍ରୟ କରିପାରିବେ । ତେବେ ସଂପୃକ୍ତ ଲାମ୍ପସ ଅଧିନରେ ମୋଟ ୫୬୪ଜଣ ଚାଷୀ ତାଙ୍କର ନାମ ପଞ୍ଜିକୃତ କରାଇଥିବା ଜଣାପଡ଼ିଛି । ଉଦଘାଟନୀ ଅବସରରେ ୩ଜଣ ଚାଷୀଙ୍କଠାରୁ ୨୧୦କୁଇଣ୍ଟାଲ ଧାନ କ୍ରୟ କାରାଯାଇଥିବାବେଳେ ଚଳିତ ବର୍ଷର ଖରିଫ ଋତୁରେ ସଂପୃକ୍ତ ଲାମ୍ପସ ପକ୍ଷରୁ ୫୦ ହଜାର କୁଇଣ୍ଟାଲରୁ ଉର୍ଦ୍ଧ ଧାନ କ୍ରୟ କରାଯିବାର ଲକ୍ଷ ଧାର୍ଯ୍ୟ ରହିଛି ବୋଲି ଜଣାଯାଇଛି ।