ବନ ବିଭାଗକୁ ମିଳିଲା ଆଶ୍ବସ୍ତ ; ଟ୍ରାଙ୍କୁଲାଇଜ ହେଲା ବାଘୁଣୀ ଜିନ୍ନତ

ବାରିପଦା,୩୧/୧୨ : ମହାରାଷ୍ଟ୍ରରୁ ଅଣାଯାଇ ଶିମିଳିପାଳରେ ଛଡ଼ାଯାଇଥିବା ବାଘୁଣୀ ଜିନତ୍ ଶିମିଳିପାଳ ଛାଡ଼ି ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗ ପଳାଇଥିବାକୁ ନେଇ ଗତ କିଛି ଦିନ ଧରି ଚର୍ଚା ଯୋର ଧରିଥିଲା । ବାଘୁଣୀ ଜିନ୍ନତକୁ ଧରି ପୁନର୍ବାର ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଆଣିବା ପାଇଁ ବନ ବିଭାଗକୁ ନାକେଦମ ହେବାକୁ ପଡ଼ିଥିଲା ।
ଗତ କିଛିଦିନ ଧରି ବାଘୁଣୀ ଜିନ୍ନତକୁ ନେଇ ଲାଗିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ ରବିବାର ପଶ୍ଚିମବଙ୍ଗର ବାଙ୍କୁରା ଅଞ୍ଚଳରେ ବାଘୁଣୀ ଜିନ୍ନତକୁ ଟ୍ରାଙ୍କୁଲାଜ କରାଯିବା ପରେ ତାକୁ ଧରିବାରେ ସଫଳତା ହାସଲ କରିଛି ବନବିଭାଗ । ଏ ନେଇ ସୁଚ଼ନା ଦେଇଛନ୍ତି ଆରସିସିଏଫ୍ ପ୍ରକାଶ ଚାନ୍ଦ ଗୋଗୀନେନୀ ।
ବାଘୁଣୀକୁ ଧରିବା ପାଇଁ ଦୀର୍ଘ ଦିନରୁ ପ୍ରୟାସ ଜାରି ରହିଥିଲା । ଏହାକୁ ଧରିବା ପାଇଁ ବନ ବିଭାଗର ସ୍ଵତନ୍ତ୍ର ଟିମ୍ ବାଙ୍କୁଡ଼ା ଯାଇଥିବାବେଳେ କଂସାବତୀ ଜଳଭଣ୍ଡାର ନିକଟରେ ବାଘୁଣୀ ‘ଜିନ୍ନତ’କୁ ଟ୍ରାଙ୍କୁଲାଇଜ୍ କରାଯିବାରେ ସଫଳତା ମିଳିଥିଲା ବିଭାଗକୁ । ପରବର୍ତ୍ତୀ ସମୟରେ ସ୍ଵତନ୍ତ୍ର ପିଞ୍ଜରାରେ ବାଘୁଣୀ ଜିନ୍ନତକୁ ଶିମିଳିପାଳକୁ ଅଣାଯିବ ବୋଲି ଆର୍ସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନେନି ବିଭିନ୍ନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।