କଳିଙ୍ଗ ଭାରତୀ ଫାଉଣ୍ଡେସନ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ

ଭୁବନେଶ୍ଵର, ୪/୧୨ : କଳିଙ୍ଗ ଭାରତୀ ଫାଉଣ୍ଡେସନ ପକ୍ଷରୁ ୧୦ମ ବାର୍ଷିକ ଶୀତ କମ୍ବଳ ବିତରଣ ଅଭିଯାନ ରବିବାର ଉତ୍ତରପ୍ରଦେଶର ବୃନ୍ଦାବନଠାରେ ଆୟୋଜନ ହୋଇଯାଇଛି । କାର୍ଯ୍ୟକ୍ରମର ଅଂଶ ଭାବରେ, KBF ର ୪୫ ରୁ ଅଧିକ ସକ୍ରିୟ ସଦସ୍ୟ ସେଠାରେ ରହୁଥିବା ଅସହାୟ ଏବଂ ବିଧବା ମହିଳାମାନଙ୍କୁ ୪୦୦ନୂତନ କମ୍ବଳ ବଣ୍ଟନ କରିଛନ୍ତି । କଳିଙ୍ଗ ଭାରତୀ ଫାଉଣ୍ଡେସନ୍ (KBF), ଦିଲ୍ଲୀ-ଏନସିଆରର ଅଗ୍ରଣୀ ଓଡ଼ିଆ ସଂଗଠନମାନଙ୍କ ମଧ୍ୟରୁ ଗୋଟିଏ। କଳା, ସଂସ୍କୃତି, ସ୍ୱାସ୍ଥ୍ୟ, ଶିକ୍ଷା, ଏବଂ ପରିବେଶ ସୁରକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ଦଶ ବର୍ଷ ହେବ କାର୍ଯ୍ୟ କରୁଛି ।
ଏହାର ସଦସ୍ୟ ଅକ୍ଷୟ ସାମଲ, ଅନିଲ ଜେନା, ରବି ନାରାୟଣ ସାହୁ, ସଂଗ୍ରାମ ପାଣିଗ୍ରାହୀ, ନିରଞ୍ଜନ ତ୍ରିପାଠୀ, ଦେବପ୍ରିୟ ଆଚାର୍ଯ୍ୟ, ଯଯାତି ପାଲ, ବିଷ୍ଣୁପ୍ରିୟା ସାହୁ, ବବିତା ମିଶ୍ର, ନିରୁପମା ପାଲ, ନାରାୟଣ କର, ନିରଜ ସାହୁ, ପ୍ରମୋଦ ସାମଲ, ତାନଭି ବିଶ୍ଵାଳ, ଶ୍ରୀମନ୍ତ ବିଶ୍ଵାଳ, ସନ୍ତୋଷ ରାଉତ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକୁ ପ୍ରଶଂସା କରି KBFର ଜାତୀୟ ଅଧ୍ୟକ୍ଷ ଇଞ୍ଜିନିୟର ଅକ୍ଷୟ ସାମଲ ତଥା ଅନ୍ୟାନ୍ୟ ପରାମର୍ଶଦାତାମାନେ ସମସ୍ତ ସଦସ୍ୟ, ସମର୍ଥକ, ଏବଂ ଯୋଗଦାନକାରୀଙ୍କୁ ତାଙ୍କର ନିଷ୍ଠାପୂର୍ଣ୍ଣ ପ୍ରୟାସ ପାଇଁ କୃତଜ୍ଞତା ଜଣାଇଥିଲେ।