ଅପେରା ପେଣ୍ଡlଲରେ ପୋଲିସର ସାଇବର ସୁରକ୍ଷା ସଚେତନତା

ଅପେରା ପେଣ୍ଡlଲରେ ପୋଲିସର ସାଇବର ସୁରକ୍ଷା ସଚେତନତା

ଖୁଣ୍ଟା,୩୧/୧୦ : ଜନ ସାଧାରଣଙ୍କୁ ସାଇବର କ୍ରାଇମରୁ ସୁରକ୍ଷା ଯୋଗାଇଦେବାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଉଥିବାବେଳେ ଖୁଣ୍ଟା ଥାନା ପକ୍ଷରୁ ଜନସଚେତନତା ସୃଷ୍ଟି ନିମନ୍ତେ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି l 

ସୂଚନା ଅନୁସାରେ, ଏହି ସଚେତନତା ବାର୍ତ୍ତାକୁ ଅଧିକରୁ ଅଧିକ ଲୋକଙ୍କଠାରେ ପହଞ୍ଚାଇବା ସହ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଆଣିବା ପାଇଁ ଖୁଣ୍ଟା ଥାନା ପକ୍ଷରୁ ଆଇଆଇସି ପଞ୍ଚାନନ ମହାନ୍ତି ଉକ୍ତ ଥାନା ଅଧିନ ଡ଼ୁକୁରା ଅଞ୍ଚଳରେ ପବିତ୍ର କାଳୀପୂଜା ଅବସରରେ ଅନୁଷ୍ଠିତ ହେଉଥିବା ଅପେରାରେ ବା ଯାତ୍ରା ପେଣ୍ଡାଲରେ ନାଟକ ପରିବେଶଷ ହେବା ପୂର୍ବରୁ ଉପସ୍ଥିତ ଥିବା ଦର୍ଶକମାନଙ୍କୁ ସାଇବର କ୍ରାଇମ ଓ ଏହି କ୍ରାଇମରୁ ଲୋକେ କିଭଳି ଭାବେ ନିଜ ନିଜକୁ ସୁରକ୍ଷିତ ରଖିପାରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ସୁଚାଇଥିଲେ ।

ତେବେ ଆଜିର ସମୟରେ ସାଇବର ଅପରାଧ ଏକ ମୁଖ୍ୟ ସମସ୍ୟା ହୋଇ ଉଭା ହେଉଥିବାବେଳେ ଜନ ସଚେତନତା ଦ୍ୱାରା ହିଁ ଏହାକୁ ରୋକାଯାଇପାରିବ ବୋଲି ଦର୍ଶକମାନଙ୍କୁ କହିଥିଲେ । ଅଜଣା ଫୋନ କଲ, ଅପରିଚିତ ବ୍ୟକ୍ତିଙ୍କୁ ଆଧାର ନମ୍ବର, ଓଟିପି ଇତ୍ୟାଦି ନ ଦେବା ଲାଗି ସଚେତନ କରାଇଥିଲେ । ଏହି ଅବସରରେ ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା ସଂପର୍କତ ବାର୍ତ୍ତା ଦର୍ଶକମାନଙ୍କ ଉଦ୍ଦେଶ୍ୟରେ ଏଲଇଡ଼ି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ତେବେ ବିଭିନ୍ନ ସ୍ଥାନରେ ସଭା ସମିତି ମାଧ୍ୟମରେ ଏହା ବିଭାଗ ପକ୍ଷରୁ ଆୟୋଜିତ କରାଯାଉଥିବା ବେଳେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଖୁଣ୍ଟା ଥାନା ପକ୍ଷରୁ ପରିବେଶ ହେବାକୁ ଥିବା ଅପେରା ପୂର୍ବରୁ ଆଇଆଇସି ଶ୍ରୀ ମହାନ୍ତିଙ୍କ ଦ୍ଵାରା ଏଭଳି ଭିନ୍ନ ପ୍ରକାରର ଉଦ୍ୟମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । 

ମୁଖ୍ୟତଃ ଅପେରାରେ ସବୁ ବର୍ଗର ଓ ଭିନ୍ନ ଭିନ୍ନ ଅଞ୍ଚଳର ଲୋକମାନଙ୍କ ସମାବେଶ ହୋଇଥାଏ। ଏଣୁ ଏହା ହିଁ ସଚେତନତା ସୃଷ୍ଟିର ପ୍ରକୃଷ୍ଟ ମାଧ୍ୟମ ବୋଲି କହିଥିଲେ । ଯଦ୍ବାରା ସାଇବର କ୍ରାଇମ୍ ସଂପର୍କିତ ସଚେତନ ବାର୍ତ୍ତାଟି ସୁଦୁର ପ୍ରସାରୀ ହେବାରେ ସହାୟକ ହୋଇପାରିବ ଏବଂ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରାଇପାରିବାରେ ସହାୟକ ହୋଇପାରିବ ବୋଲି ଆଇଆଇସି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି l