ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଖୋଜ, ସୋସିଆଲ ମିଡ଼ିଆରେ ଭାଇରାଲ

ଭୁବନେଶ୍ବର, ୨୭/୩ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଖୋଜ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏକଥା ଆମେ କହୁନୁ ବରଂ ଏଭଳି ଏକ ପୋଷ୍ଟର ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଆଜ୍ଞା ହଁ ବିଜୁ ଜନତା ଦଳ ଲେଖା ଥିବା ଏକ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ ହୋଇଛି । ଯେଉଁଥିରେ ଲେଖାଯାଇଛି କି -
ନାଁ- ମୋହନ ଚରଣ ମାଝି
ପରିଚୟ- ମୁଖ୍ୟମନ୍ତ୍ରୀ(ରିମୋର୍ଟ)
ଲୋକେ ଡାକନ୍ତି – ଗୁରୁଜୀ
କାମ- ବିଖ୍ୟାତ ରଙ୍ଗମିସ୍ତ୍ରୀ
ଚିହ୍ନିବେ- ପକେଟରେ ପାନିଆ ଥିବ ୨ଲକ୍ଷର ଘଣ୍ଟା ପିନ୍ଧିଥିବେ
ଯଦି ଏଭଳି ବ୍ୟକ୍ତିଙ୍କୁ ଦେଖନ୍ତି ଅବିଳମ୍ବେ ବିଧାନସଭା ଆସିବାକୁ କହିବେ
ଏହି ପୋଷ୍ଟର ଦେଖି ସୋସିଆଲ ମିଡ଼ିଆରେ ବହୁ କମେଣ୍ଟ ଆସିବାକୁ ଲାଗିଛି ।